Latest Odisha News

BREAKING NEWS

ଡାଇନୋସରର ଜୀବାଶ୍ମକୁ ବଲ ଭାବି ଖେଳୁଥିଲେ ପିଲାମାନେ, ଆସନ୍ତୁ ଜାଣିବା ତାପରେ କଣ ହେଲା

ମଂଡଲା:ମଧ୍ୟପ୍ରଦେଶର ମଂଡଲା ଅଂଚଳରେ ଡାଇନୋସରଙ୍କ ଜୀବାଶ୍ମ ମିଳିଛି । ଯାହା କି ୬.୫ କୋଟି ବର୍ଷ ତଳର ବୋଲି ଅନୁମାନ କରାଯାଉଛି । ରିପୋର୍ଟ ମୁତାବକ ଶିକ୍ଷକ ପ୍ରଶାନ୍ତ ଶ୍ରୀବାସ୍ତବ ପ୍ରାତଃ ଭ୍ରମଣରେ ବାହାରିଥିଲେ । ଏହି ଅବସରରେ ସେ ଦେଖିବାକୁ ପାଇଲେ କେତେଜଣ ପିଲା ପଥରର ଏକ ଗୋଲାକାର ବସ୍ତୁ ସହ ଖେଳୁଛନ୍ତି । ପିଲାଙ୍କୁ ସେ ବଲ ମାଗିଥିଲେ ମାତ୍ର ସେମାନେ ଦେଇ ନ ଥିଲେ । ପ୍ରଶାନ୍ତ ନୂଆ ବଲ ଦେବେ ବୋଲି କହିବାରୁ ସେମାନେ ଏହାକୁ ଦେଇଥିଲେ ।

BjdElectrycity

ଏହା ପରେ ସେ ବଲ ମିଳିଥିବା ସ୍ଥାନକୁ ଗଲେ ସେଠାରେ ଖନନ କାର୍ଯ୍ୟ ଚାଲିଥିଲା । ସେଠାରେ ଏ ଭଳି ଆଉ ୬ଟି ପଥର ମିଳିଲା । ସେ ଭଲ ଭାବେ ଜାଣି ସାରିଥିଲେ ଏହି ପଥରଗୁଡିକ ଜୀବାଶ୍ମ । ତେବେ କାହାର ତାହା ସେ ଜାଣିପାରି ନ ଥିଲେ । ହରି ସିଂ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନୀ ପ୍ରଫେସର ପିକେ କଥଲ ଏହାକୁ ଅଧ୍ୟୟନ କରିଥିଲେ । ୬.୫ କୋଟି ବର୍ଷ ତଳରର ଔକ ପ୍ରଜାତିର ଡାଇନୋସର ଏହା ଜୀବାଶ୍ମ । ଯାହା କି ଏ ପର୍ଯ୍ୟନ୍ତ ଭାରତରେ ମିଳି ନ ଥିଲା । ଏ ସମ୍ପକରେ ଅଧିକ ତଥ୍ୟ ପାଇଁ ସେ ଅଧ୍ୟନ ଜାରି ରଖିଛନ୍ତି ।

Leave A Reply

Your email address will not be published.