Latest Odisha News

ଅଜଗର ସାପର ଅସ୍ତ୍ରୋପଚାର

ଭୁବନେଶ୍ୱର: ଅଜଗର ସାପର ହେଲା ଅସ୍ତ୍ରୋପଚାର । ସାପର ହେଲା ସିଟି ସ୍କାନ । ଆନନ୍ଦପୁରରୁ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଓୟୁଏଟିରେ ଅସ୍ତ୍ରୋପଚାର କରାଯାଇଛି । ଏଥିସହ ସାପଟିର ସିଟି ସ୍କାନ ମଧ୍ୟ କରାଯାଇଛି । ସାପଟିର ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଓ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ତାର’ ସିଟି ସ୍କାନ କରାଯାଇଛି ।

ସାପଟି କାତି ଛଡାଇବାରେ ଅସୁବିଧା ଯୋଗୁଁ କାତି ପାକଳ ହୋଇ ଆଖି ଉପରେ ପରଳ ଭାବେ ରହିଥିଲା । ଏଥିଯୋଗୁଁ ସାପଟି ଠିକ୍ ଭାବେ ଚଳପ୍ରଚଳ କରିପାରୁ ନଥିଲା । ଏଥିସହ ସାପଟିର ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା । ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସାପର ମୁହଁରେ ଟେପ ବାନ୍ଧି ଦେଇଥିଲେ ।

ଫଳରେ ସାପର ଆଖିରେ କ୍ଷତ ସୃଷ୍ଟି ହୋଇଥିଲା । ଏନେଇ ଖବର ପାଇବା ପରେ ସାପଟିକୁ ଉଦ୍ଧାର କରଯାଇଥିଲା । ଅପରେସନ୍ ପରେ ସାପଟି ସୁସ୍ଥ ଥିଲେ ମଧ୍ୟ ଆଉ ୧୫ ଦିନ ତାର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ । ସେପଟ ଡାକ୍ତର କହିଛନ୍ତି, ଯେ, କୌଣସି ସାପର ସିଟି ସ୍କାନ କରିବା ଏହା ପ୍ରଥମ ଘଟଣା ।

Leave A Reply

Your email address will not be published.