Latest Odisha News

BREAKING NEWS

ଆସୁଛି ଭିନ୍ନ ଧରଣର ୱେବ୍ ସିରିଜ୍ “ପି ସେ ପ୍ଲେଜର”

ଭୁବନେଶ୍ୱର: ଏକ ୱେବ୍ ସିରିଜ୍‌କୁ ନେଇ ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଏଥିରେ ନଜର ଆସିବେ ଦୁଇଦୁଇଜଣ ଓଡିଆ ନାୟିକା । ଦେଖିବାକୁ ମିଳିବ ବୋଲ୍ଡନେସ୍‌ର ଜବରଦସ୍ତ ତଡକା । ତେବେ ନର୍ମାଲ୍ ନୁହେଁ ବରଂ ଲେସ୍‌ବିଆନ୍ ଲଭ ଉପରେ ଆଧାରିତ ହୋଇଛି ୱେବ୍ ସିରିଜ୍‌ର କାହାଣୀ । ତେବେ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଏହା ତିନୋଟି ଭାଷାରେ ରିଲିଜ୍ ହେବାକୁ ଯାଉଛି ।

ପୁଅଝିଅ ନହେଁ ଦୁଇଟି ଝିଅଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଏହି ୱେବସିରିଜର ଟାଇଟଲ୍ ରହିଛି ପି ସେ ପ୍ଲେଜର୍ । ଲିଡ୍ ରୋଲ୍‌ରେ ନଜର ଆସିବେ ସିନ୍ଦୁରା ରାଉତ ଓ ଅମ୍ରିତା ମିଶ୍ର । ପୂର୍ବରୁ ସିନ୍ଦୁରା ଅନେକ ଟଲିଉଡ ଫିଲ୍ମରେ ନଜର ଆସିଥିଲାବେଳେ ଅମ୍ରିତା ଓଡିଶାରେ ଟିଭି ଓ ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି । ଏହି ୱେବ ସିରିଜର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅବିନାଶ ରାଉତ୍ । ତେବେ ଖାଲି ରୋମାଣ୍ଟିକ ଲଭଷ୍ଟୋରୀ ନୁହେଁ ବରଂ ଆକ୍ସନ, ସସ୍ପେନ୍ସ ଓ ଥ୍ରିଲର୍ ସିକ୍ୱେନ୍ସରେ ଭରପୁର ଥିବା ଏହି ୱେବସିରିଜ କିଛି ବୋଲ୍ଡ ସିନ୍ ଜରିଆରେ ଦର୍ଶକଙ୍କୁ ରୋମାଂଚିତ କରିବ ।

ଆସନ୍ତା ୧୪ତାରିଖରେ ୱେବ୍‌ସିରିଜ୍ ପି ସେ ପ୍ଲେଜର ଓଟିଟି ପ୍ଲାଟଫର୍ମ ଏ. ଆର୍‌. ପ୍ରାଇମ୍‌ରେ ହିନ୍ଦୀ, ଓଡିଆ ଓ ତେଲୁଗୁ ଭର୍ସନ୍‌ରେ ଉପଲବ୍‌ଧ ହେବ ।

Leave A Reply

Your email address will not be published.