କେନ୍ଦୁଝର: ଆଜି କାଲି ଯୁଗରେ ମୋବାଇଲ ଆମ ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଜିନିଷ ପାଲଟିଲାଣି । ଯାହାକୁ ଦେଖ ସମସ୍ତ ଙ୍କ ନିକଟରେ ମୋବାଇଲ ଉପଲବ୍ଧ ରହିଛି । ବିଶେଷ କରି ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସମୟରେ ବେଶି ମୋବାଇଲ ବ୍ୟବହାର କରୁଛନ୍ତି । ତେବେ ଏମିତି କିଛି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ମୋବାଇଲ ଦେଖିବାକୁ ବାରଣ କରିବାରୁ ପିଲାଟି ବିଷ ପିଇଦେଇଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବରଦାପାଳ ଗାଁର ଯଶୋଦା ମୁଣ୍ଡାଙ୍କ ପୁଅ ମୋବାଇଲ ରେ ଖେଳୁଥିଲା ।
ବାରମ୍ବାର ମନା କରିବା ପରେ ବି ମାଙ୍କ କଥା ଶୁଣିନଥିଲା । ମାଆ ରାଗି ଯାଇ ପୁଆ ହାତରୁ ମୋବାଇଲଟି ଛଡାଇ ଆଣିଥିଲେ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ପୁଅଟି ଏଭଳି ଚରମ ପଦକ୍ଷେପ ନେଇଛି । ତେବେ ଛାତ୍ର ଜଣ ସିପୁନ ମୁଣ୍ଡା ବୋଲି ଜଣାପଡିଛି । ମାଆ ମୋବାଇଲ ଦେଖିବାକୁ ବାରଣ କରିବାରୁ ସିପୁନ୍ ବିଷ ପିଇଦେଇଛି । ଫଳରେ ତାକୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସିପୁନର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।
Comments are closed.