Latest Odisha News

BREAKING NEWS

ଆଜି ପବିତ୍ର ରାଧାଷ୍ଟମୀ: ପ୍ରବଳ ଭିଡ ଯୋଗୁଁ ଉତ୍ତରପ୍ରଦେଶ ବରସାନାରେ ୩ ଭକ୍ତଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ଆଜି ହେଉଛି ପବିତ୍ର ରାଧାଷ୍ଟମୀ  । ଏଥିଲାଗି ଉତ୍ତରପ୍ରଦେଶ ମଥୁରାରର ବରସାନାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି  । ଏହାରି ମଧ୍ୟରେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି  । ରାଧାରାଣୀଙ୍କ ଦର୍ଶନ ଲାଗି ଯାଇଥିବାବେଳେ ୩ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଛି  । ଅତ୍ୟଧିକ ଭିଡ ଯୋଗୁଁ ଅଣନିଃଶ୍ବାସୀ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି  । ପ୍ରତିବର୍ଷ ରାଧାଷ୍ଟମୀରେ ବାରସାନାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ  ।

ବରସାନାକୁ ରାଧାରାଣୀଙ୍କର ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ  । ଏଠାକାର ମନ୍ଦିର ଗୁଡିକରେ ରାଧାଷ୍ଟମୀକୁ ବଡ ଧୂମଧାମ ସହକାରେ ପାଳନ କରାଯାଏ  । ବିଭିନ୍ନ ସ୍ଥାନରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଏ  । ବର୍ଷେ ପୂର୍ବରୁ ବାଙ୍କ ବିହାରୀଙ୍କ ମଙ୍ଗଳ ଆରତୀ ଦର୍ଶନ ସମୟରେ ଦୁଇ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.