Latest Odisha News

BREAKING NEWS

ମୋବାଇଲ ଦେଖିବାକୁ ବାରଣ କରିବା ପଡିଲା ମହଙ୍ଗା: ବିଷ ପିଇଲା ପୁଅ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦୁଝର: ଆଜି କାଲି ଯୁଗରେ ମୋବାଇଲ ଆମ ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଜିନିଷ ପାଲଟିଲାଣି  । ଯାହାକୁ ଦେଖ ସମସ୍ତ ଙ୍କ ନିକଟରେ ମୋବାଇଲ ଉପଲବ୍ଧ ରହିଛି । ବିଶେଷ କରି ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସମୟରେ ବେଶି ମୋବାଇଲ ବ୍ୟବହାର କରୁଛନ୍ତି  । ତେବେ ଏମିତି କିଛି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ  । ମୋବାଇଲ ଦେଖିବାକୁ ବାରଣ କରିବାରୁ ପିଲାଟି ବିଷ ପିଇଦେଇଛି  । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବରଦାପାଳ ଗାଁର ଯଶୋଦା ମୁଣ୍ଡାଙ୍କ ପୁଅ ମୋବାଇଲ ରେ ଖେଳୁଥିଲା ।

BjdElectrycity

ବାରମ୍ବାର ମନା କରିବା ପରେ ବି ମାଙ୍କ କଥା ଶୁଣିନଥିଲା  । ମାଆ ରାଗି ଯାଇ ପୁଆ ହାତରୁ ମୋବାଇଲଟି ଛଡାଇ ଆଣିଥିଲେ  । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ପୁଅଟି ଏଭଳି ଚରମ ପଦକ୍ଷେପ ନେଇଛି  । ତେବେ ଛାତ୍ର ଜଣ ସିପୁନ ମୁଣ୍ଡା ବୋଲି ଜଣାପଡିଛି  । ମାଆ ମୋବାଇଲ ଦେଖିବାକୁ ବାରଣ କରିବାରୁ ସିପୁନ୍ ବିଷ ପିଇଦେଇଛି  । ଫଳରେ ତାକୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି  । ବର୍ତ୍ତମାନ ସିପୁନର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି  ।

 

Leave A Reply

Your email address will not be published.