Latest Odisha News

BREAKING NEWS

ପ୍ରେମିକାକୁ ଲଜକୁ ଡାକି ବନ୍ଧୁଙ୍କ ସହ ଗଣଦୁଷ୍କର୍ମ କଲା ପ୍ରେମିକ, ୩ ଗିରଫ

ଭୁବନେଶ୍ଵର: ରାଜଧାନୀ ଚାଞ୍ଚଲ୍ୟ । କୋଲ୍ଡ ଡ୍ରିକରେ ନିଷା ଦେଇ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହାତୀ ଓରଫ ଚାନ୍ଦୁ, ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ କୁମାର ଦାସ । ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଖବର ମୁତାବକ, ଅଭିଯୁକ୍ତ ଚନ୍ଦନର ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ଚିହ୍ନା ହୋଇଥିଲା । ପରେ ସେମାନଙ୍କ ସମ୍ପର୍କ ନିବିଡ ହୋଇଥିଲା । ପରେ ଗତ ୧୦ ତାରିଖରେ ଫଟୋସୁଟ୍ କରିବା ବାହାନାରେ ଯୁବତୀଙ୍କୁ ଏକ ଲଜ୍ କୁ ଡାକିଥିଲା ଚନ୍ଦନ । ଏହି ସମୟରେ ଉକ୍ତ ଲଜ୍ ରେ ଚନ୍ଦନର ଅନ୍ୟ ଦୁଇ ଜଣ ସାଙ୍ଗ ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଯୁବତୀ ଜଣକ ପହଁଞ୍ଚିବା ପରେ ତାଙ୍କୁ କୋଲ୍ ଡ୍ରିଙ୍କସ୍ ରେ ନିଶା ମିଶାଇ ଦେଇଥିଲେ । ପରେ ୩ ଜଣ ମିଶି ଦୁଷ୍କର୍ମ କରିଥିଲେ । କୌଶଳ କ୍ରମେ ଯୁବତୀ ଜଣକ ସେଠାରୁ ବାହାରି ଆସଥିଲେ । ପରେ ଏନେଇ ୧୧ ତାରିଖରେ ମହିଳା ଥାନା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ପଚରାଉଚରା ସମୟରେ ସେମାନେ ସେମାନଙ୍କର ଅପରାଧ ସ୍ବୀକାର କରିଥିଲେ ।

Comments are closed.