Latest Odisha News

BREAKING NEWS

ବାର୍କ ରିପୋର୍ଟ: କମୁଛି ଓଟିଭିର ଦର୍ଶକ ସଂଖ୍ୟା, ଆଉ ଅନ୍ୟ ମାନଙ୍କର ?

ଭୁବନେଶ୍ୱର: ଗତସପ୍ତାହର ଟିଭି ଦର୍ଶକ କାହାକୁ ଅଧିକ ଦେଖିଛନ୍ତି ତାର ରିପୋର୍ଟ ପ୍ରକାଶ କରିଛି ବାର୍କ। ଯେଉଁଥିରେ ଦୁଇ ସପ୍ତାହ ହେବ ଗୋଟିଏ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସର୍ବଦା ବାର୍କ ରେଟିଂରେ ଓଡିଆ ନ୍ୟୁଜ ଚ୍ୟାନେଲରେ ଏକ ନମ୍ବର ସ୍ଥାନରେ ରହୁଥିବା ଓଟିଭି ଏବେ ବି ଏକ ନମ୍ବର ସ୍ଥାନ ବଜାୟୀ ରଖିଛି । ଆଉ ପ୍ରତିଦ୍ୱନ୍ଦୀ କନକ ନ୍ୟୁଜ ମଧ୍ୟ ଦ୍ୱିତୀୟ ସ୍ଥାନ ବଜାୟୀ ରଖିଛି। ହେଲେ ଦୁଇ ଚ୍ୟାନେଲ ମଧ୍ୟରେ ଯେଉଁ ବ୍ୟବଧାନ ଥିଲା ତାହା ଏବେ ଦୁଇ ସପ୍ତାହ ହେବ କମିଛି।

ଗୁରୁବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଓଡ଼ିଆ ନ୍ୟୁଜ ଚ୍ୟାନେଲରେ ଓଟିଭି ୬୧ ପ୍ରତିଶତ ସହ ନମ୍ବର ଓ୍ୱାନ, କନକ ନ୍ୟୁଜ ୨୬ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ କଲିଙ୍ଗ ଟିଭି ୧୪, ନ୍ୟୁଜ ୧୮ ଓଡିଆ ୧୦, ନନ୍ଦିଘୋଷ ଟିଭି ୯, ୮ ପ୍ରତିଶତ ସହ ନ୍ୟୁଜ ୭, ଡିଡି ଓଡିଆ ୬ ପ୍ରତିଶତ ରଖି ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅର୍ଗସ ୪ ପ୍ରତିଶତ ସହ ଶେଷରେ ରହିଛି।

ଉଲ୍ଲେଖଯୋଗ୍ୟ, ଓଟିଭି ହାରାହାରି ୯୦ ଉପରେ ବାର୍କ ରେଟିଂରେ ରହୁଥିଲା କିନ୍ତୁ ଏବେ ଦୁଇ ସପ୍ତାହ ହେବ ଦର୍ଶକ ସଂଖ୍ୟା ଖସି ଆସି ୬୦ ପ୍ରତିଶତରେ ପହଞ୍ଚିଛି । ତେବେ ଦୁଇ ନମ୍ବର ଚ୍ୟାନେଲ କନକ ନ୍ୟୁଜର ଦର୍ଶକ ସଂଖ୍ୟା ପୂର୍ବ ଭଳି ରହିଛି । ଯାହାକି ଓଟିଭି କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସେହିପରି ମନୋରଞ୍ଜନ ଚ୍ୟାନେଲରେ ଓଟିଭିର ସହଯୋଗୀ ଚ୍ୟାନେଲ ତରଙ୍ଗ ୪୯୧ ପ୍ରତିଶତ ସହ ଏକ ନମ୍ବରରେ ରହିଥିବାବେଳେ ଜୀ ସାର୍ଥକ ୪୩୯ ସହ ଦ୍ୱିତୀୟ ସ୍ଥାନରେ ରହିଛି, ଅଳଙ୍କାର ୧୧୮, ସିଦ୍ଧାର୍ଥ ଟିଭି ୭୪, କଲର୍ସ ଓଡ଼ିଆ ୬୦, ପ୍ରାର୍ଥନା ୫୫ ଏବଂ ତରଙ୍ଗ ମ୍ୟୁଜିକ୍ ୩୭ ପ୍ରତିଶତ ରହିଛି।

ଅନ୍ୟପଟେ ହିନ୍ଦୀ ନ୍ୟୁଜ ଚ୍ୟାନେଲରେ ଟିଭି ନାଇନ୍ ଭାରତବର୍ଷ ୧୫.୩ ପ୍ରତିଶତ ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ୧୨.୨ ପ୍ରତିଶତ ସହ ଇଣ୍ଡିଆ ଟିଭି ଦ୍ୱିତୀୟ ସ୍ଥାନରେ ରହିଛି, ୧୧.୯ ପ୍ରତିଶତ ସହ ତୃତୀୟ ସ୍ଥାନରେ, ୧୧.୫ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ନ୍ୟୁଜ ୧୮ ଇଣ୍ଡିଆ ଏବଂ ୧୦.୨ ସହ ରିପବ୍ଲିକ ଭାରତ ୫ ନମ୍ବର ସ୍ଥାନରେ ରହିଛି। ଏହା ପଛକୁ ଜି ନ୍ୟୁଜ, ଟାଇମ୍ସ ନାଓ ନବଭାରତ, ଏବିପି ନ୍ୟୁଜ, ନ୍ୟୁଜ ନେସନ, ଗୁଡ ନ୍ୟୁଜ ଟୁଡେ ରହିଛି ।

Leave A Reply

Your email address will not be published.