Latest Odisha News

BREAKING NEWS

ୱାର୍ଲଡ ବକ୍ସିଂ ଚାମ୍ପିଅନସିପ: ସ୍ୱର୍ଣ୍ଣ ଜିତିଲେ ଭାରତର ନିକହତ ଜରିନ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ଓ୍ୱାର୍ଲଡ ବକ୍ସିଂ ଚାମ୍ପିଅନସିପରେ ଭାରତର ନିକହତ ଜରିନ୍ ଇତିହାସ ରଚିଛନ୍ତି । ଫାଇନାଲ୍ ମୁକାବିଲାରେ ବିଜୟୀ ହେବା ସହ ନିଜ ନାଁରେ ସ୍ୱର୍ଣ୍ଣ ପଦକ କରିଛନ୍ତି । ୫୨ କିଲୋ ବର୍ଗରେ ନିକହତ ଥାଇଲାଣ୍ଡ ପ୍ରତିଦ୍ୱନ୍ଦୀଙ୍କୁ ୫-୦ରେ ହରାଇଥିଲେ । ପୁରା ମ୍ୟାଚରେ ନିକହତଙ୍କ ଦବଦବା ଦେଖିବାକୁ ମିଳିଥିଲା । ପୂର୍ବରୁ ସେମିଫାଇନାଲରେ ୫-୦ରେ ବିଜୟୀ ହୋଇଥିଲେ ନିକହତ ଜରିନ ।

ୱାର୍ଲଡ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାତେଇବାରେ ନିକହତ ହେଉଛନ୍ତି ପଞ୍ଚମ ଭାରତୀୟ ବକ୍ସର । ଭାରତର ବକ୍ସିଂ କୁଇନ୍ ମେରିକମ୍ ବିଶ୍ୱ ଚାମ୍ପିଅନସିପରେ ୬ଥର ଗୋଲ୍ଡ ଜିତି ରେକର୍ଡ କରିଛନ୍ତି । ତାଙ୍କ ବ୍ୟତୀତ ସରିତା ଦେବୀ, ଜେନି ଆରଏଲ୍, ଲେଖା ସି ୱାର୍ଲଡ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଥିଲେ । ଏବେ ତାଲିକାରେ ଯୋଡ଼ି ହୋଇଛି ୨୫ ବର୍ଷୀୟ ନିକହତଙ୍କ ନାଁ ।

ନିକହତ ହେଉଛନ୍ତି ପୂର୍ବତନ ଜୁନିୟର ୟୁଥ୍ ଓ୍ୱାର୍ଲଡ୍ ଚାମ୍ପିଅନ୍ । ସେ ୨୦୨୧ରେ ଜାତୀୟ ବକ୍ସିଂ ଚାମ୍ପିଅନସିପରେ ବି ସ୍ୱର୍ଣ୍ଣ ଜିତିଥିଲେ । ଗତ କିଛି ବର୍ଷ ହେବ ସେ ବକ୍ସିଂରେ ଲଗାତାର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ୨୦୧୯ରେ ଏସିଆନ୍ ଚାମ୍ପିଅନସିପରେ ନିକହତ ବ୍ରୋଞ୍ଜ ମେଡାଲ୍ ଜିତିଥିଲେ ।

Leave A Reply

Your email address will not be published.