Latest Odisha News

BREAKING NEWS

‘ବାଘ ଝିଅ ବାଘୁଣୀ ହିଁ ହେବ, କୌଣସି ପରିସ୍ଥିତିରେ ବିଲେଇ ହେବ ନାହିଁ’

ବ୍ରହ୍ମଗିରି: ଯେତିକି ଯେତିକି ପାଖେଇ ଆସୁଛି ନିର୍ବାଚନ ସେତିକି ସରଗରମ ହେଉଛି ରାଜ୍ୟ ରାଜ୍ୟନୀତି । ବିଭିନ୍ନ ସମସ୍ୟା କୁ ମୁଦ୍ଦା କରି ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି ନିର୍ବାଚିତ ପ୍ରାର୍ଥୀ । ଏହି ପ୍ରରିପେକ୍ଷୀରେ ଆଜି ବ୍ରହ୍ମଗିରି ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଗୋବର୍ଦ୍ଧନପୁରରେ ଆଶୀର୍ବାଦ ସମାବେଶରେ ଭୋଟ ଭିକ୍ଷା କରିଛନ୍ତି ।

ଉପାସନା ନିଜ ଭାଷଣରେ କହିଛନ୍ତିଯେ, ‘ମୋ ବାପା ସ୍ୱର୍ଗତଃ ଲୁଲୁ ମହାପାତ୍ର ଓଡ଼ିଶାର ଟାଇଗର ବା ବାଘ ରୂପେ ପରିଚିତ । ତାଙ୍କ ଶରୀରରେ ବକ୍ସି ମାଟିର ରକ୍ତ ପ୍ରବାହିତ ହେଉଛି । ବାଘ ଝିଅ ବାଘୁଣୀ ହିଁ ହେବ । କୌଣସି ପରିସ୍ଥିତିରେ ବିଲେଇ ହେବ ନାହିଁ । ଗୋବର୍ଦ୍ଧନପୁର ବ୍ୟାରେଜ୍ ମୋ ବାବାଙ୍କ ପ୍ରଥମ ସ୍ବପ୍ନ ଥିଲା । ବ୍ୟାରେଜ୍ ହେବା ଦ୍ବାରା ସେହି ଅଞ୍ଚଳ ଶସ୍ୟ, ଶ୍ୟାମଳା ହୋଇଆସୁଛି । ସେହି ସ୍ଥାନରେ ଆଶୀର୍ବାଦ ସମାବେଶରେ ଯୋଗ ଦେଇ ମୁଁ ନିଜକୁ ଗର୍ବିତ ମନେ କରୁଛି ବୋଲି ଉପାସନା କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ସଂଗ୍ରାମର ଅନ୍ତ ନାହିଁ କି ସଂଗ୍ରାମୀର ଅନ୍ତ ନାହିଁ । ମୋ ବାପାଙ୍କ ଦ୍ଵିତୀୟ ବଡ ସ୍ଵପ୍ନ ଥିଲା ଚିଲିକାରେ ଜହ୍ନିକୁଦାରୁ ସିପକୁଡ଼ା ବ୍ରିଜ ନିର୍ମାଣ । ଯାହା ଭାରତ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇସାରିଛି । ସ୍ଵାଧୀନତା ପର ଠାରୁ ବ୍ରହ୍ମଗିରିରୁ କେହି ମହିଳା ନିର୍ବାଚିତ ହୋଇ ଯାଇନାହାନ୍ତି । ଜନସାଧାରଣଙ୍କ ଆଶୀର୍ବାଦ ରହିଲେ ମୁଁ ପ୍ରଥମ ମହିଳା ବିଧାୟିକା ଭାବେ ବ୍ରହ୍ମଗିରିର ପ୍ରତିନିଧିତ୍ଵ କରିବି’ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପ୍ରତି କେହି ଆଙ୍ଗୁଳି ଦେଖାଇଲେ ମୋ ମୁଣ୍ଡ କଟିଯିବ ପଛେ ନଇଁବ ନାହିଁ । ମୁଁ ବିଧାୟିକା ଭାବେ ନିର୍ବାଚିତ ହୋଇଗଲେ ଲୋକଙ୍କ ସ୍ନେହ ଓ ଭଲ ପାଇବାର ମାନ ରଖିବି’ ।

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥୀନି ଉପାସନା ମହାପାତ୍ର ଏବଂ ସାଂସଦ ପ୍ରାର୍ଥୀ ସମ୍ବିତ୍ ପାତ୍ରଙ୍କ ଆହ୍ୱାନ କ୍ରମେ ବ୍ରହ୍ମଗିରି କଲେଜ ଛକ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି ଥିଲା । ହଜାର ହଜାର ବାଇକରେ ବିଜେପି କର୍ମୀ ମାନେ ଦୁଇ ନେତା ଓ ନେତ୍ରୀଙ୍କୁ ପାଛୋଟି ନେଇ ୩୦ ନମ୍ବର ଜୋନର ଗୋବର୍ଦ୍ଧନପୁର ବ୍ୟାରେଜ୍ ନିକଟରେ ପହଁଞ୍ଚିଥିଲେ । ସେଠାରେ ଏକ ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଖଜୁରିଆ ମଣ୍ଡଳର ସମସ୍ତ ନେତ୍ରୁ ମଣ୍ଡଳୀ ଉପସ୍ଥିତ ରହିଥିଲେ । ୩୦ ନମ୍ବର ଜୋନର ଶତାଧିକ ବିଜେଡ଼ି ସମର୍ଥିତ ଆଗ ଧାଡିର କର୍ମୀ ମାନେ ମଞ୍ଚ ଉପରକୁ ଯାଇ ବିଜେପିରେ ସାମିଲ ହୋଇଥିଲେ । ସମ୍ବିତ୍ ଓ ଉପାସନା ସେମାନଙ୍କୁ ବିଜେପି ଉତ୍ତରୀୟ ପକାଇ ସ୍ୱାଗତ କରିବା ସହିତ ଦଳରେ ସାମିଲ କରାଇଥିଲେ ।

Leave A Reply

Your email address will not be published.