Latest Odisha News

BREAKING NEWS

ଚନ୍ଦନପୁର ବଜାରରେ ବୋମାମାଡ଼, ଦୁର୍ବୁତ୍ତକୁ କାବୁ କଲା ପୋଲିସ

ପୁରୀ: ପୁରୀ ଚନ୍ଦନପୁର ବଜାରରେ ବୋମାମାଡ଼ । ସିମେଣ୍ଟ ବ୍ୟବସାୟୀ ନିରଞ୍ଜନ ସାହୁଙ୍କ ଗୋଦାମ ଉପରକୁ ହୋଇଛି ବୋମାମାଡ଼ । ବୋମାମାଡ କରି ଦୃର୍ବୁତ୍ତ ଖସି ଯାଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ଜିମା ଦେଇଛନ୍ତି । ତେବେ ବୋମାମାଡ କରିଥିବା ଦୃର୍ବୁତ୍ତ ଏକ ବାଇକ ରେ ଖସି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି । ଅଭିଯୁକ୍ତ କୁ ପୋଲିସ ଧରି ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ତଦନ୍ତ ଆରମ୍ଭ କରିଛି ।

ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଛି ନା ଦାଦା ବଟି ମାଗିବାକୁ ନେଇ ବୋମାମାଡ ହୋଇଛି ସେନେଇ ପୋଲିସ ତଦନ୍ତ କରୁଛି । ଗତ କିଛିଦିନ ହେବ ଚନ୍ଦନପୁର ଅଞ୍ଚଳରେ କିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ ବଢିବାରେ ଲାଗିଛି । ପୁର୍ବ ଶତୃତା, ଦାଦାବଟି କୁ ନେଇ ଦୁର୍ବୃତ୍ତ ମାନେ ବିଭିନ୍ନ ବ୍ୟକ୍ତି ଙ୍କୁ ବୋମାମାଡ କରି ଭୟଭୀତ କରାଉଛନ୍ତି । ଏଭଳି ସ୍ଥିତି କୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଆଗକୁ ସଧାରଣ ନିର୍ବାଚନ ଥିବା ବେଳେ ଚନ୍ଦନପୁର ଅଞ୍ଚଳରେ ଅପରାଧୀ ମାନେ ଖୁଲମଖୁଲା ଆତଙ୍କରାଜ କରିବା ସଧାରଣରେ ଚିନ୍ତା ବଢିବାରେ ଲାଗିଛି । ତୁରନ୍ତ ପୁରୀ ପୋଲିସ ଅପରାଧୀ ଙ୍କୁ ଦୃଢ଼ ହସ୍ତରେ ଦମନ କରି ପୁରୀ ସହର ଓ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.