ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ରାଗିଂମୁକ୍ତ କରିବା ପାଇଁ ବ୍ରହ୍ମପୁର ପୁଲିସ୍ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। କିଛିଦିନ ହେବ ସହରର ୨ଟି ପ୍ରମୁଖ ମହାବିଦ୍ୟାଳୟରେ ରାଗିଂ ଘଟଣାକୁ ନେଇ ସାରା ରାଜ୍ୟରେ ବ୍ରହ୍ମପୁର ସହର ନିନ୍ଦିତ ହେବା କାରଣରୁ ରାଗିଂମୁକ୍ତ ସହର କରିବା ପାଇଁ ବ୍ରହ୍ମପୁର ପୁଲିସ୍ ଅଣ୍ଟା ଭିଡିଛି। ଏହି ମର୍ମରେ ଏସ୍ପି ଡା.ଶ୍ରବଣା ବିବେକ ଏମ୍ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୁଲିସ୍ ମୁଖ୍ୟାଳୟରେ ସହରର ୨୯ଟି ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଆଣ୍ଟି ରାଗିଂ କମିଟିର ସଦସ୍ୟଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୬ଟି ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଣିକି ପ୍ରତି କଲେଜରେ ଆଣ୍ଟି ରାଗିଂ କମିଟି ଗଠନ ହେବ। ଜୁନିୟର ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯିବା ସହ ସିନିୟର ଛାତ୍ରମାନେ ଯଦି ତାଙ୍କୁ ରାଗିଂ କରନ୍ତି ତେବେ ତୁରନ୍ତ କଲେଜର ଆଣ୍ଟି ରାଗିଂ ସେଲ୍ଫକୁ ଅବଗତ କରିବା ପାଇଁ କୁହାଯାଇଛି। ଏହାସହ କୌଣସି ଛାତ୍ରଛାତ୍ରୀ ଯଦି ଅଭିଯୋଗ କରନ୍ତି ତେବେ ତୁରନ୍ତ କଲେଜର ଆଣ୍ଟି ରାଗିଂ କମିଟିର ସଦସ୍ୟମାନେ ତଦନ୍ତକରି ତୁରନ୍ତ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। କୌଣସି ଛାତ୍ର ଯଦି ରାଗିଂର ଶିକାର ହୁଅନ୍ତି ତେବେ ରାଗିଂ କରିଥିବା ଛାତ୍ରଙ୍କ ବିରୋଧରେ ବିହିତ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଯଦି କୌଣସି ଅପରାଧିକ ଘଟଣା ଘଟେ ତେବେ ତୁରନ୍ତ ସ୍ଥାନୀୟ ପୁଲିସ୍କୁ ଖବର ଦେବାପାଇଁ ଉପସ୍ଥିତ ବିଭିନ୍ନ କଲେଜର ଅଧ୍ୟକ୍ଷ ଓ ଆଣ୍ଟି ରାଗିଂ କଲେଜର ସଦସ୍ୟଙ୍କୁ ଏସ୍ପି କହିଛନ୍ତି। ଏହାସହ ନିଜ ନିଜ ଥାନା ଇଲାକାରେ ଥିବା କଲେଜକୁ ଯାଇ ଉକ୍ତ କଲେଜକୁ ରାଗିଂମୁକ୍ତ କରିବା ପାଇଁ ପୁଲିସ୍ ବିଦ୍ୟାର୍ଥୀଙ୍କୁ ସଚେତନତା କରିବ ବୋଲି ଏସ୍ପି କହିଛନ୍ତି। ତେବେ ପୁଲିସ୍ର ଏଭଳି ପଦକ୍ଷେପକୁ ଉପସ୍ଥିତ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ସ୍ୱାଗତ କରିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ତେବେ ଏସ୍ପି ଏହି ମର୍ମରେ କହିଛନ୍ତି ଯେ, ସହରରେ ସିନିୟର ଛାତ୍ରଙ୍କ ରାଗିଂରେ ଜୁନିୟର ଛାତ୍ରମାନେ ଅକଥନୀୟ ନିର୍ଯ୍ୟାତନା ପାଉଛନ୍ତି। ଏଭଳି ଘଟଣା ସହରରେ ଦୁଇ ଦୁଇଟି କଲେଜରେ ଘଟିବାପରେ ପୁଲିସ୍ ପକ୍ଷରୁ ଏଭଳି କାର୍ଯ୍ୟ ହାତକୁ ନିଆଯାଇଥିବା ସେ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ଅସୀମ ପଣ୍ଡା, ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ୍ ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
BREAKING NEWS
- ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହେଲେ ରିଙ୍କୁ ସିଂ
- ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଉଡିଲା ଡ୍ରୋନ, ଯୁବକ ଅଟକ
- ବିଶ୍ୱ ଅର୍ଥନୀତିର ସବୁଠାରୁ ବଡ଼ ଡିଲ୍: ଭାରତ ଓ EU ମଧ୍ୟରେ ଐତିହାସିକ ବୁଝାମଣା
- ପଶ୍ଚିମା ଝଡ ପ୍ରଭାବ: ରାଜ୍ୟରେ କମିଲା ଶୀତ, ୪ ଦିନ ଯାଏଁ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ
- Murmu to Visit Odisha: ପୁଣି ଗୃହ ରାଜ୍ୟ ଗସ୍ତରେ ଆସୁଛନ୍ତି ମହାମହିମ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ…
- Soldiers Encounter: ଯବାନଙ୍କ ଏନକାଉଣ୍ଟର: ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- Gold Rate: ସୁନା ଦରରେ ଲାଗିଲା ବ୍ରେକ୍, ଜାଣନ୍ତୁ ଆଜି କେତେ ରହିଛି..
- ଶୁଳ୍କ ଧମକ ମଧ୍ୟରେ ସାମ୍ନାକୁ ଆସିଲା ଟ୍ରମ୍ପଙ୍କ ବୟାନ; ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି, ଖୁବ୍ ଶୀଘ୍ର ଆମେ…
- T20 World Cup 2026: ଆମେ ସୁରକ୍ଷିତ ନାହୁଁ…ଭାରତ ବାହାରେ T20 ବିଶ୍ୱକପ୍ ଖେଳିବୁ; ବାଂଲାଦେଶ
- Son hits Anupam Kher on face: ଅନୁପମ ଖେରଙ୍କୁ ଚାପୁଡ଼ା ମାରିଲେ ପୁଅ ସିକନ୍ଦର, ଭାଇରାଲ ହେଉଛି ଭିଡିଓ…
Comments are closed.