Latest Odisha News

ପ୍ରଦୀପ ପୁରୋହିତଙ୍କ ଆକ୍ରମଣ ଅଭିଯୋଗ ପରେ ବିଜେପୁର କଥା ମନେ ପକାଇଲା ବିଜେଡି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କିଏ ସୃଷ୍ଟି କରୁଛି ହିଂସା ? ନିରପେକ୍ଷ, ଅବାଧ ଓ ଭୟମୁକ୍ତ ନିର୍ବାଚନରେ କିଏ ସୃଷ୍ଟି କରୁଛି ଅନ୍ତରାୟ ? ବିଜେପି-ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି । ମଙ୍ଗଳବାର ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ହୋଇଥିବା ବୁଧବାର ପ୍ରେସମିଟ୍ କରି ଅଭିଯୋଗ କରିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।

ପ୍ରଦୀପଙ୍କ ପ୍ରେସମିଟ୍ ପରେ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ତାଙ୍କୁ କାଉଣ୍ଟର କରିଛନ୍ତି । କହିଛନ୍ତି, ଜାମିନରେ ଆସିଥିବା ୨ ବିଜେପି ନେତା ଏବେ ହେଉଥିବା ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ । ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ କରିଥିବା କହିଛନ୍ତି ଦେବେଶ ଆଚାର୍ଯ୍ୟ ।

ପୁରୁଣା କଥା ମନେ ପକାଇ ଦେବେଶ କହିଛନ୍ତି, ବିଜେପୁରରେ ସୁଶାନ୍ତ ସିଂହଙ୍କ ଭାଇଙ୍କୁ କିଭଳି ମରଣାନ୍ତକ ଆକ୍ରମଣ କରିଥିଲେ ସମସ୍ତେ ଜାଣିଛନ୍ତି । ଏଭଳି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲ୍ ଯାଇଥିଲେ । ଜାମିନରେ ଆସି ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ବିଜେପିର ଷ୍ଚାର ପ୍ରଚାରକ ସାଜିଛନ୍ତି ।

ଏପରିକି ବିଜେପୁର ପରେ ପଦ୍ମପୁରରେ ସେମାନେ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା କହିଛନ୍ତି ଦେବେଶ ଆଚାର୍ଯ୍ୟ । ପ୍ରଦୀପ ପୁରୋହିତ ହାରିଯିବା ଭୟରେ ଆକ୍ରମଣ ବାହନା କରି ଲୋକଙ୍କୁ ଭାବବିହ୍ୱଳ କରୁଥିବା ବିଜେଡି କହିଛି ।

Leave A Reply

Your email address will not be published.