Latest Odisha News

BREAKING NEWS

ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଅପରାଜିତା

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ସହାୟିକା କର୍ମୀଙ୍କ ଲାଗି ଦରମା ବୃଦ୍ଧି ଘୋଷଣା କରିଥିଲେ, ମାତ୍ର ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ଏହାକୁ ସମାଲୋଚନା କରିବା ସହ କହିଛନ୍ତି ଯେ ଏସମ୍ପର୍କରେ ରାଜ୍ୟ ସରକାର ପ୍ରଚଳନ କରିଥିବା ନୀତି ସବୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ।

ଏସମ୍ପର୍କରେ ଟ୍ୱିଟ୍ କରି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଅଙ୍ଗନବାଡି କର୍ମୀ ଓ ମିନି ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ଘୋଷଣା କରିଥିଲେ । ଅଙ୍ଗନବାଡି କର୍ମୀଙ୍କ ଦରମା ୧୫୦୦ ଟଙ୍କା ତଥା ମିନି ଅଙ୍ଗନବାଡି କର୍ମୀଙ୍କ ୧୩୦୦ ଟଙ୍କା ଏବଂ ସହାୟିକା ମାନଙ୍କ ୭୫୦ ଟଙ୍କା ଦରମା ବୃଦ୍ଧି ନେଇ ସେପ୍ଟେମ୍ବର ୧୯, ୨୦୧୮ ମସିହାରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ଲାଭ କରିଥିଲା । ଏହି ଘୋଷଣା ସମ୍ପର୍କରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କୁ ଅକ୍ଟୋବର ୧, ୨୦୧୮ ମସିହାରେ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ।

ଏନେଇ ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର ଅଙ୍ଗନବାଡି କର୍ମୀଙ୍କୁ ୧୦ ହଜାର ଟଙ୍କା ମାସିକ ଭତ୍ତା ଦେଉଥିବା ସହିତ ୬ ହଜାର ଟଙ୍କା ଅଙ୍ଗନବାଡି ସହାୟିକା ମାନଙ୍କୁ ରାଜ୍ୟ ବଜେଟ୍ ପାଣ୍ଠିରୁ ପ୍ରଦାନ କରୁଛନ୍ତି ।

ଏସମ୍ପର୍କରେ ସେ ମଧ୍ୟ କହିଛନ୍ତି ଓଡିଶା ସରକାର ଏହି ଘୋଷଣାକୁ ଜାନୁଆରୀ ପୂର୍ବରୁ ନକରି ଜାଣିଶୁଣି ରାଜନୈତିକ ଫାଇଦା ନେବା ଲାଗି ରାଜ୍ୟ ସରକାର ଏବେ ଘୋଷଣା କଲେ ।

Leave A Reply

Your email address will not be published.