ଭୁବନେଶ୍ୱର : ଝାରସୁଗୁଡା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ହୃଦଘାତ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ଝାରସୁଗୁଡାରୁ ୩ ଥର ବ୍ରଜରାଜନଗରରୁ ଥରେ ବିଧାୟକ ଭାବେ କିଶୋର ମହାନ୍ତି ନିର୍ବାଚିତ ହୋଇଥିଲେ । ୧୯୯୦ ମସିହାରେ ପ୍ରଥମ ଥର ସେ ବିଧାୟକ ହୋଇଥିଲେ । ୨୦୦୮ରୁ ୨୦୦୯ ପର୍ଯ୍ୟନ୍ତ ସେ ବାଚସ୍ପତି ଦାୟିତ୍ୱ ନିର୍ବାହ କରିଥିଲେ ।୨୦୦୪ ରୁ ୨୦୦୮ରେ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ କିଶୋର ମହାନ୍ତି ।୨୦୦୯ରୁ ୨୦୧୨ ରାଜ୍ୟସଭାକୁ ଯାଇଥିଲେ ।ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
Comments are closed.