Latest Odisha News

BREAKING NEWS

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଗୁରୁକୃପା ଆଶ୍ରମର ଆଉ ଜଣେ ବାବା

ପୁରୀ: ଆଖି ବୁଜିଲେ ଆଉ ଜଣେ ବାବା । ପୁରୀ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ବାବା ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ଦୟାନିଧି ବାବା । ପୂର୍ବରୁ ଆକ୍ରମଣରେ ଅର୍ଜୁନ ବାବାଙ୍କ ମୃତ୍ୟୁ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଗୁରୁକୃପା ଆଶ୍ରମରେ ରକ୍ତ ଛିଟା, ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ଗତ ୨୮ ତାରିଖରେ ଆଶ୍ରମର ରବୀନ୍ଦ୍ର ଓରଫ୍ ବିଷ୍ଣୁ ବାବା ନିଶାଗ୍ରସ୍ତ ଅବସ୍ଥାରେ ୨ ବାବାଙ୍କୁ ଆକ୍ରମଣ କରିଥିଲେ । ଆଶ୍ରମର ଉପର ମହଲାର କୋଠରୀରେ ଶୋଇଥିବା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ହଠାତ୍ ମରଣାନ୍ତକ ଆକ୍ରମଣ କରିଥିଲେ ବିଷ୍ଣୁ । ଅତି ନିର୍ମମ ଭାବେ କାଠ ଫାଳିଆରେ ବାରମ୍ବାର ମୁଣ୍ଡକୁ ଆକ୍ରମଣ କରିବାରୁ ଅର୍ଜୁନ ବାବାଙ୍କର ମୃତ୍ୟୁ ହୋଇଥିଲା । ବିଷ୍ଣୁର ମାଡ଼ରେ ଗୁରୁତର ଆହତ ହୋଇଥିଲେ ଦୟାନିଧି ବାବା ।

ତନ୍ତ୍ର ସାଧନାକୁ ବିରୋଧ କରିବାରୁ ରବୀନ୍ଦ୍ର ଓରଫ ବିଷ୍ଣୁବାବା ହତ୍ୟା କରିଥିବା ଜଣାପଡ଼ିଛି । ଗତକାଲି ହତ୍ଯାକାରୀ ବାବାଜୀ ଗଞ୍ଜାମ ଭଞ୍ଜନଗର ଥାନା କମୁଣ୍ଡି ଗ୍ରାମର ୪୦ ବର୍ଷୀୟ ରବୀନ୍ଦ୍ର ଜେନା ଓରଫ ବିଷ୍ଣୁବାବାକୁ କୋର୍ଟ ଚାଲାଣ କରିଥିଲା ପୋଲିସ ।

Leave A Reply

Your email address will not be published.