କରୋନା ପ୍ରହାରରେ ତ୍ରାହି ତ୍ରାହି ଡାକୁଛି ବ୍ରାଜିଲ୍ । ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪ ହଜାର ୭୭୧ ନୂଆ ଆକ୍ରାନ୍ତ । କରୋନା ମହାମାରୀ ଦିନଠୁ କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟା ଲୋକ ସଂକ୍ରମିତ ହୋଇ ନଥିଲେ । ବ୍ରାଜିଲରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି । ପାଖାପାଖି ୫୦ ହଜାର ଲୋକଙ୍କ ମୁଣ୍ଡ ନେଇଛି କରୋନା । ଆମେରିକା ପରେ ବିଶ୍ବରେ ଦ୍ବିତୀୟ ପ୍ରଭାବିତ ଦେଶ ବ୍ରାଜିଲ୍ ।
୮ଟି ଦେଶରେ 60% ସଂକ୍ରମିତ
ସାରା ବିଶ୍ୱରେ କରୋନାରେ ସଂକ୍ରମିତ ହେଲେଣି ୮୭ ଲକ୍ଷ ୬୫ ହଜାରରୁ ଅଧିକ ଲୋକ । ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୧ ହଜାର ଉପରେ ରହିଛି । ସୁସ୍ଥ ହୋଇଛନ୍ତି ୪୬ ଲକ୍ଷ ୨୦ ହଜାରରୁ ଅଧିକ ଆକ୍ରାନ୍ତ । କରୋନା ଗ୍ରାଫ୍ କହୁଛି ସାରା ବିଶ୍ବରେ ଯେତିକି ପଜିଟିଭ କେସ ରହିଛି ତାର ୬୦ ପ୍ରତିଶତ କେବଳ ୮ଟି ଦେଶର ଆକ୍ରାନ୍ତ । ସେସବୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷରୁ ଅଧିକ ।
ଅଧିକ ସଂକ୍ରମିତ ୮ ଦେଶ
୧. ଆମେରିକା- ୨୨ ଲକ୍ଷ ୯୭ ହଜାର ୧୯୦
୨. ବ୍ରାଜିଲ- ୧୦ ଲକ୍ଷ ୩୮ ହଜାର ୫୬୮
୩. ଋଷିଆ- ୫ ଲକ୍ଷ ୬୯ ହଜାର ୬୩
୪. ଭାରତ- ୩ ଲକ୍ଷ ୯୫ ହଜାର ୮୧୨
୫. ବ୍ରିଟେନ୍- ୨ ଲକ୍ଷ ୧ ହଜାର ୮୧୫
୬. ସ୍ପେନ୍- ୨ ଲକ୍ଷ ୯୨ ହଜାର ୬୫୫
୭. ପେରୁ- ୨ ଲକ୍ଷ ୪୭ ହଜାର ୯୨୫
୮. ଇଟାଲୀ- ୨ ଲକ୍ଷ ୩୮ ହଜାର ୦୧୧
Comments are closed.