Latest Odisha News

BREAKING NEWS

କୋଟିପତି ବୃଦ୍ଧ ନାବାଳିକାଙ୍କୁ କଲେ ବିବାହ , ମା’ ଓ ମାଉସୀଙ୍କୁ ଦେଇଥିଲେ ଉଚ୍ଚପଦରେ ଚାକିରି

ନୂଆଦିଲ୍ଲୀ: ଜଣେ କୋଟିପତି ବୃଦ୍ଧ ନିକଟରେ ଜଣେ ନାବାଳିକାଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି । କେବଳ ସେତିକି ନୁହେଁ, ବିବାହ ପୂର୍ବରୁ ବୃଦ୍ଧ ଜଣକ ନାବାଳିକାଙ୍କ ମାଆ ଓ ମାଉସୀଙ୍କୁ ଉଚ୍ଚପଦବୀରେ ଦେଇଛନ୍ତି ଚାକିରି । ବୃଦ୍ଧ ଜଣକ ଏମିତି ସେମିତି ଲୋକ ନୁହଁନ୍ତି, ସେ ବ୍ରାଜିଲର ମେୟର । ଏହି ବିବାହ ପାଇଁ ତାଙ୍କୁ ମେୟର ପଦରୁ ଇସ୍ତଫା ଦେବାକୁ ପଡ଼ିଛି । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିିଛି ।

ବ୍ରାଜିଲର ମେୟର ହିସାମ ହୁସେନ ଦେହେନି । ସେ୧୪ମିଲିୟନ ସମ୍ପତ୍ତିର ମାଲିକ ଅଟନ୍ତି । ହିସାମ ଜଣେ ନାବାଳିକାଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ନାବାଳିକା ପତ୍ନୀଙ୍କ ନାମ ରୋଡ କେମାର୍ଗୋ । ଯିଏକି ଚାଇଲ୍ଡ ବିୟୁଟି କୁଇନ ବିଜେତା । ବିବାହର ୪ଦିନ ପରେ ରୋଡ଼ଙ୍କୁ ୧୬ବର୍ଷ ହୋଇଥିଲା । ରୋଡ କେମାର୍ଗୋଙ୍କୁ ବିବାହ କରିବା ପରେ ମେୟର ହିସାମଙ୍କୁ ତାଙ୍କ ଚାକିରିରୁ ଇସ୍ତଫା ଦେବାକୁ ପଡ଼ିଥିଲା । ତେବେ ଆଉ ଏକ କଥା ଶୁଣିବାକୁ ମିଳୁଛି କି ମେୟର ହିସାମ ବିବାହ ପୂର୍ବରୁ ରୋଡ କେମାର୍ଗୋଙ୍କ ମା’ ଓ ମାଉସୀଙ୍କୁ ଉଚ୍ଚ ପଦବୀରେ ଚାକିରି ଦେଇଥିଲେ । କିନ୍ତୁ ପରେ ଯେତେବେଳେ ଜଣାପଡ଼ିଲା ହିସାମ ହୁସେନ ତାଙ୍କ ପଦର ଅପବ୍ୟବହାର କରି କେମାର୍ଗୋ ମା’ ଓ ମାଉସୀଙ୍କୁ ଚାକିରି ଦେଇଛନ୍ତି, ଦୁଇ ମହିଳାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ହିସାମ ଏହି ବିବାହ ପୂର୍ବରୁ ୬ଥର ବିବାହ କରିସାରିଛନ୍ତି । ତାଙ୍କର ପ୍ରଥମ ବିବାହ ୧୯୮୦ ମସିହାରେ ହୋଇଥିଲା । ସେ ୧୬ଟି ପିଲାର ବାପା ରହିଛନ୍ତି । ସାଧାରଣତଃ ବ୍ରାଜିଲରେ ନାବାଳିକାଙ୍କୁ ବିବାହ କରିବା କୌଣସି ଅପରାଧ ନୁହେଁ । କିନ୍ତୁ ଏଥିପାଇଁ ମା’ ଓ ବାପାଙ୍କ ଅନୁମତି ରହିଥିବା ନିହାତି ଆବଶ୍ୟକ ।

Leave A Reply

Your email address will not be published.