Latest Odisha News

BREAKING NEWS

ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ହରାଇଲା ଆଫଗାନିସ୍ତାନ

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଉଭୟ ଶୃଙ୍ଖଳିତ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ କରି ଆଫଗାନିସ୍ତାନ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ୨୪୨ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୫.୨ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ହସମୁତାଲ୍ଲାହ ଶାହୀଦ ୫୮ ଓ ଅଜମୁତାଲ୍ଲା ଓମରାଜାଇ ୭୩ ରନ କରି ଅପରାଜିତ ରହିଥିଲେ । ରହମତ ଶାହ ୬୨ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୂଶଙ୍କା ୨ଟି ୱିକେଟ ନେଇଥିଲେ ।

ବିଜୟ ସହ ଆଫଗାନିସ୍ତାନ ୬ ମ୍ୟାଚରୁ ୬ ପଂଏଟ ହାସଲ କରି ପଂଏଟ ଟେବୁଲରେ ୫ମ ସ୍ଥାନରେ ରହିଛି । ୬ ମ୍ୟାଚରୁ ୪ ପଂଏଟ ପାଇଥିବା ଯୋଗୁ ଶ୍ରୀଲଙ୍କାର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଛି । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୯.୩ ଓଭରରେ ୨୪୧ ରନ କରି ଅଲଆଉଟ ହୋଇଯାଇଥିଲା । କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇ ନ ଥିଲେ । କୁଶଳ ମେଣ୍ଡିସ ୩୯ ଓ ସଦୀରା ସମରବିକ୍ରମା ୩୬ ରନର ଯୋଗଦାନ ଦେଇଥିଲେ ।

ଆଫଗାନିସ୍ତାନ ପକ୍ଷରୁ ଫଜଲହକ ଫାରୁକୀ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ମୁଜୀବ ଉର ରହେମାନ ୨ଟି ଏବଂ ଅଜମତୁଲ୍ଲାହ ଓ ରଶିଦ ଖାଁ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଇଂଲଣ୍ଡକୁ ହରାଇ ଭାରତ କ୍ରମାଗତ ୬ ମ୍ୟାଚରେ ବିଜୟ ହାସଲ କର ପଂଏଟ ଟେବୁଲରେ ଶୀର୍ଷରେ ରହିଛି । ରଶିଦ ଖାଁଙ୍କ ଏହା ୧୦୦ତମ ଆନ୍ତର୍ଜାତୀୟ ମ୍ୟାଚ ଥିଲା ।

Leave A Reply

Your email address will not be published.