Latest Odisha News

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ ବ୍ରାଜିଲ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ ବ୍ରାଜିଲ୍‌ ରାଷ୍ଟ୍ରପତି। ଏକ ସାଧାରଣ କାର୍ଯ୍ୟକ୍ରମରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବାରୁ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ଜୋରିମାନା ଦେବାକୁ ପଡିବ। ଏ ନେଇ ମାରାନହୋର ରାଜ୍ୟପାଳ କହିଛନ୍ତି ଯେ ବ୍ରାଜିଲ କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ସଂଘର୍ଷ କରୁଛି। ଏହା ମଧ୍ୟରେ ରାଷ୍ଟ୍ରପତିଙ୍କ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ନିନ୍ଦନୀୟ।

ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ବୋଲସୋନାରୋଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଉତ୍ତର- ପୂର୍ବ ରାଜ୍ୟପାଳ ଫ୍ଲାଭିଓ ଡିନୋ ଟୁଇଟ୍ କରି କହିଛନ୍ତି।

ଡିନୋ ଜନସାଧାରଣଙ୍କୁ କହିଛନ୍ତି ଯେ ତାଙ୍କ ରାଜ୍ୟରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶ ନିଷେଧ ଏବଂ ଫେସ୍ ମାସ୍କ ବ୍ୟବହାର ବାଧ୍ୟତାମୂଳକ ଅଟେ।

Comments are closed.