Latest Odisha News

BREAKING NEWS

ହନିଟ୍ରାପ୍ ସଜାଇଥିଲା ୪ ଠିକା କର୍ମଚାରୀଙ୍କୁ ସନ୍ଦିଗ୍ଧ ଦେଶଦ୍ରୋହୀ

ବାଲେଶ୍ୱର: ବିଦେଶୀ ରାଷ୍ଟ୍ରଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୪ ଜଣ ଠିକା କର୍ମଚାରୀଙ୍କୁ ଗତକାଲି ବାଲେଶ୍ୱର ଜିଲ୍ଲା ପୋଲିସ ଗିରଫ କରିଥିଲା । ତେବେ ଗିରଫଦାରୀ ପରେ ସମସ୍ତ ଅଭିଯୁକ୍ତମାନେ ହନିଟ୍ରାପ୍‌ରେ ଫସିଥିବା ଜଣାପଡିଛି ।

ଅଭିଯୁକ୍ତମାନେ ଆନ୍ତର୍ଜାତୀୟ ଫୋନ୍ କଲରେ ସଂପୃକ୍ତ ଥିବା ଜାଣିପାରି ଗୁଇନ୍ଦା ବିଭାଗ ଜିଲ୍ଲା ପୋଲିସକୁ ତତ୍ପର କରିଥିଲା । ଫଳରେ ସମୟ ଥାଉଥାଉ ସମସ୍ତଙ୍କୁ ଗିରଫ କରାଯାଇପାରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ବେହେରା, ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଂଜନ ଓ ସେଖ୍ ଫୁସ୍‌ଫିର୍ । ଏମାନଙ୍କ ମଧ୍ୟରୁ ତିନିଜଣ ଆଇଟିଆର୍ ଅଧିନରେ ଠିକା କର୍ମଚାରୀ ଥିଲେ । ଅନ୍ୟ ଜଣେ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟରେ ଠିକା କର୍ମଚାରୀ ଭାବେ ନିଯୁକ୍ତ ଥିଲେ ।

ସନ୍ଦିଗ୍ଧ ଦେଶଦ୍ରୋହୀଙ୍କୁ ଧରିବା ପାଇଁ ପୂର୍ବାଂଚଳ ଆଇଜିଙ୍କ ନେତୃତ୍ୱରେ ୬ଜଣ ଆଇଆଇସି ଓ ୬ଜଣ ଡିଏସପି ରହିଥିଲେ । ତେବେ ସବୁଠୁ ଚକିତକର ଘଟଉା ହେଉଛି ବିଦେଶୀ ଗୁପ୍ତଚର ସଂସ୍ଥାଗୁଡିକ ଅଭିଯୁକ୍ତଙ୍କୁ ହନିଟ୍ରାପ୍‌ରେ ପକାଇଥିଲେ । ଅଭିଯୁକ୍ତମାନେ ଜଣେ ପାକିସ୍ତାନୀ ମହିଳାଙ୍କ ସହ ନିୟମିତ ଭାବେ ଫୋନ କଲ ଜରିଆରେ ସମ୍ପର୍କରେ ଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି । ଏପରିକି ସେମାନଙ୍କ ନିକଟକୁ ବିଦେଶରୁ ଟଙ୍କା ଆସିଥିବା ନେଇ ମଧ୍ୟ ପୋଲିସ ପାଖରେ ପ୍ରମାଣ ରହିଛି ।

Leave A Reply

Your email address will not be published.