ନୂଆଦିଲ୍ଲୀ:ଭାରତ ପ୍ରସ୍ତୁତ ହାଇଡ୍ରକ୍ସି କ୍ଲୋରୋକୁଇନ ଡିମାଣ୍ଡ ବଢ଼ିବାରେ ଲାଗିଛି । ଆମେରିକା ପରେ ବ୍ରାଜିଲ ଭାରତକୁ ଏହି ଔଷଧ ମାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲଶୋନାରୋ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବା ପାଇଁ ନିବେଦନ କରିଛନ୍ତି। ହନୁମାନ ଜୟନ୍ତୀ ଅବସରରେ ରାମାୟଣକୁ ଯୋଡ଼ି ଜାଇର ଲେଖିଛନ୍ତି, ଯେଉଁଭଳି ଭାବରେ ରାମାୟଣରେ ହନୁମାନ ସଞ୍ଜିବନୀ ଔଷଧ ସାହାଯ୍ୟରେ ଭଗବାନ ରାମଙ୍କ ଭାଇ ଲକ୍ଷ୍ଣଣଙ୍କ ଜୀବନ ବଞ୍ଚାଇଥିଲେ।
ସେହିଭଳି ଭାବରେ କରୋନା ପାଇଁ ‘ସଞ୍ଜିବନୀ’ (ହାଇଡ୍ରୋକ୍ସିକ୍ଲୋରକୁଇନ୍) ପଠାଇଲେ ବ୍ରାଜିଲବାସୀଙ୍କ ଜୀବନ ବଞ୍ଚିପାରିଥାନ୍ତା। ଏହି ମହାମାରୀ ସଙ୍କଟକୁ ଭାରତ ଏବଂ ବ୍ରାଜିଲ ଏକାଠି ହୋଇ ସାମ୍ନା କରିପାରିବେ ବୋଲି ଜାଇର ବୋଲଶୋନାରୋ ଚିଠିରେ ଲେଖିଛନ୍ତି। ସାରା ବିଶ୍ୱରେ ୨୦୯ଟି ଦେଶକୁ ଏହି ଘାତକ ମହାମାରୀ ବ୍ୟାପିଛି। ବ୍ରାଜିଲରେ ୧୪,୦୪୯ ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୮ ଜଣଙ୍କର ମୃତ୍ୟୁ ଘଟିଛି।
Comments are closed.