Latest Odisha News

BREAKING NEWS

କରୋନା ସହ ଲଢେଇ: ମହାରାଷ୍ଟ୍ରରୁ ୮ ଦିନ ସାଇକେଲ୍ ଚଳାଇ ଓଡ଼ିଶାରେ ପହଞ୍ଚିଲେ ମହେଶ !

ଯାଜପୁର: ସମ୍ପ୍ରତି ଲକ୍‌ଡାଉନ୍ ଯୋଗୁଁ ଟ୍ରେନ୍ ଓ ବସ୍ ଚଳାଚଳ ବନ୍ଦ ରହିଛି । ଗାଁ ମାଟିରେ ପହଞ୍ଚିବାକୁ ପ୍ରବାସୀ ଓଡ଼ିଆଟିଏ ଡ଼ହଳ ବିକଳ ହେଉଥାଏ । କିପରି ଆସି ପହଞ୍ଚିବ ଓଡ଼ିଶାର ନିଜ ଗାଁ ମାଟିରେ । ନିଜ ବାପା ମାଆ ତଥା ଆତ୍ମୀୟ ସ୍ୱଜନଙ୍କୁ ଟିକେ ଦେଖିବ । ମନ ଉଚ୍ଛନ୍ନ ହେଉଥିଲେ ମଧ୍ୟ ରାସ୍ତାଘାଟରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଯୋଗୁଁ ଯୁବକ ଜଣକ ଉପାୟ ପାଞ୍ଚିଲେ ।

କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା ଗ୍ରାମର ମହେଶ ଜେନା । କୋରୋନା ପାଇଁ ସାରା ଭାରତ ବର୍ଷରେ ଏବେ ଲକ ଡାଉନ ଚାଲିଥିବା ବେଳେ ସୁଦୁର ମହାରାଷ୍ଟ୍ରରୁ ଦୀର୍ଘ ୮ ଦିନ ସାଇକେଲ ଚଳାଇ ଯାଜପୁରରେ ପହଂଚିଛନ୍ତି । ମହେଶ ଏକ ଘରୋଇ କଂପାନିରେ କାମ କରୁଥିଲେ ।

କୋରୋନା ପାଇଁ ହଠାତ୍ ସାରା ଦେଶରେ ଲକ ଡାଉନ ହେବା ପରେ ବାରମ୍ବାର ଘରକୁ ଆସିବା ପାଇଁ ଚେଷ୍ଟା କରି ସେ ବିପଂଳ ହୋଇଥିଲେ । ପରେ ଯେମିତି ହେଉ ପଛେ ସେ ଘରକୁ ଯିବେ ବୋଲି ସଂକଳ୍ପ କରିଥିଲେ । ପରେ ଏକ ପୁରୁଣା ସାଇକେଲ ଯୋଗାଡ କରି ନିଜେ ବାହାରିଥିଲେ ଯାଜପୁର ଅଭିମୁଖେ । ସେ ବିଭିନ୍ନ ସ୍ଥାନରେ ରହି ଦୀର୍ଘ ୮ ଦିନ ପରେ ଯାଜପୁରରେ ପହଂଚିଥିଲେ ।

ଯାଜପୁରରେ ସ୍ଥାନୀୟ ବିଡିଓ ସୌରଭ ଚକ୍ରବର୍ତି ତାଙ୍କୁ ଅବଦଲପୁର କ୍ୱାରେନଟାଇନ ହୋମରେ ଭର୍ତି କରିଥିଲେ । ମହେଶଙ୍କ ଏପରି ଦୁଃଶାହସିକ ପଦକ୍ଷେପ ଏବେ ସାରା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିିଛି ।

Leave A Reply

Your email address will not be published.