Latest Odisha News

BREAKING NEWS

‘ସ୍ତନ କର୍କଟ’ ଲାଗି ସଚେତନତା: ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ‘ୱାକାଥନ୍’ ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ଅକ୍ଟୋବର ମାସରେ ସାରା ଦେଶରେ ଅନୁଷ୍ଠିତ ହେଉଛି ‘ସ୍ତନ କର୍କଟ ସଚେତନତା ମାସ’ । ଏହି ଅବସରରେ ରବିବାର ଦିନ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ ପକ୍ଷରୁ ମହିଳାମାନଙ୍କ ‘ସ୍ତନ କର୍କଟ’ ରୋଗର ସଚେତନତା ସୃଷ୍ଟି ଲାଗି ଏକ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି ।

ଏହି ୱାକାଥନକୁ ପତାକା ଦେଖାଇ ଉଦଘାଟନ କରିଥିଲେ ଡ଼ିସିପି (ଟ୍ରାଫିକ ପୋଲିସ) ସାଗରିକା ନାଥ । ଏହି ମାରାଥନ ଦୌଡ଼ ନିକୋ ପାର୍କ ନିକଟରୁ ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ଆପୋଲୋ ହସ୍ପିଟାଲ ସମ୍ମୁଖରେ ଏହି ୱାକାଥନ୍ ସମାପ୍ତ ହୋଇଥିବାର ସୂଚନା ମିଳିଛି ।

ସ୍ତନ କକର୍ଟ ରୋଗର ସଚେତନତା ଲାଗି ଅନୁଷ୍ଠିତ ହୋଇଥିବା ଏହି ମାରାଥନରେ ‘ହେଲ୍ପ ମେଟ୍’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ଏକ ୭୦ ଜଣିଆ ଦଳ ଏବଂ ସେମାନଙ୍କ ସହିତ ନର୍ସିଂ ଷ୍ଟାଫ, ମହିଳା ସିକ୍ୟୁରିଟି ଗାର୍ଡ଼ ତଥା ଅନେକ ମହିଳା ଅଂଶଗ୍ରହଣ କରିଥିଲେ ।

ହସ୍ପିଟାଲର ବରିଷ୍ଠ ଅଙ୍କୋଲୋଜିଷ୍ଟଙ୍କ ଦ୍ୱାରା ସ୍ତନ କର୍କଟ ସମ୍ପର୍କୀତ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ବରିଷ୍ଠ ଅଙ୍କୋଲୋଜିଷ୍ଟମାନେ ମହିଳାମାନଙ୍କର ସ୍ତନ କର୍କଟ ସମ୍ପର୍କୀତ ଅନେକ ତଥ୍ୟ ଉପସ୍ଥାପନ କରିବା ସହିତ ପରାମର୍ଶ ପ୍ରଦାନ କରିଥିଲେ ।

ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଏକ ସର୍ଭେ ଅନୁଯାୟୀ ଦେଶର ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରେ ଜଣେ ସ୍ତନ କର୍କଟ ରୋଗୀ ରହିଛନ୍ତି ।

ଏହି ୱାକାଥନରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଚନ୍ଦନ କର, ରାଜ୍ୟ ଶାରିରୀକ ଅକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ, ଆପୋଲୋ ହସ୍ପିଟାଲ୍ସର ନିର୍ଦ୍ଦେଶକ ଡଃ ଆଶିଷ ଚନ୍ଦ୍ର, ହେଲ୍ପମେଟ ଏନଜିଓ ସଂସ୍ଥାର ସଭାପତି ଅଞ୍ଜଳି ତ୍ରିପାଠୀଙ୍କ ସମେତ ଅନେକ ସମାଜସେବୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.