Latest Odisha News

BREAKING NEWS

ମହାରାଷ୍ଟ୍ର ଓ ହରିୟାଣାରେ ଆଜି ବିଧାନସଭା ନିର୍ବାଚନ, ଚାଲିଛି ମତଦାନ…

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ଦୁଇଟି ରାଜ୍ୟରେ ସୋମବାର ଦିନ ସକାଳ ୭ଟା ସମୟରେ ମତଦାନ ଆରମ୍ଭ ହୋଇଯାଇଛି । ସମସ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ମତଦାତାମାନେ ସକାଳୁ ସକାଳୁ ଧାଡ଼ିରେ ଛିଡ଼ା ହୋଇ ମତଦାନ ଲାଗି ଅପେକ୍ଷା କରିଥିବା ଯୋଗୁଁ ଅଧିକାଂଶ ଭୋଟଦାନ କେନ୍ଦ୍ରରେ ଭିଡ଼ ପରିଲକ୍ଷିତ ହୋଇଛି ।

ମହାରାଷ୍ଟ୍ରର ସମୁଦାୟ ୨୮୮ଟି ବିଧାନସଭା ଆସନ ଲାଗି ଭୋଟଦାନ ହେଉଥିବା ବେଳେ ହରିୟାଣାରେ ୯୦ଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି । ଏଠାରେ ଶାସକ ବିଜେପି-ଶିବସେନା ମେଣ୍ଟ ନିର୍ବାଚନ ଜିତି ପୁନର୍ବାର କ୍ଷମତା ହାସଲ କରିବାକୁ ପ୍ରଚେଷ୍ଟା କରୁଥିବା ବେଳେ ବିରୋଧି କଂଗ୍ରେସ-ଏନସିପି ମେଣ୍ଟ ଶାସନ କ୍ଷମତାକୁ ଫେରିବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ମହାରାଷ୍ଟ୍ରରେ ମୋଟ ଭୋଟର୍ ସଂଖ୍ୟା ୮କୋଟି ୯୮ ଲକ୍ଷ ୩୯ ହଜାର ୬୦୦ । ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୪କୋଟି ୨୮ ଲକ୍ଷ ୪୩ ହଜାର ୬୩୫ ଜଣ । ଏହି ରାଜ୍ୟରେ ୨୮୮ଟି ଆସନ ଲାଗି ମୋଟ ୩ହଜାର ୨୩୭ ଜଣ ଦଳୀୟ ତଥା ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱଦ୍ୱନ୍ଦିତା କରୁଛନ୍ତି ।

ସେହିପରି ହରିୟାଣାରେ ମୋଟ ୯୦ଟି ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ଏଠାରେ ବିଜେପି କ୍ଷମତାସୀନ ରହିଛି । ହରିୟାଣାରେ କଂଗ୍ରେସ-ଆପ୍ ସମେତ କିଛି ଆଞ୍ଚଳିକ ଦଳ ବିଜେପିକୁ କ୍ଷମତାଚ୍ୟୁତ କରି ଶାସନଗାଦି ଅକ୍ତିଆର କରିବାକୁ ନିର୍ବାଚନ ପ୍ରଚାରରେ ଉଦ୍ୟମ କରିଛନ୍ତି । ହରିୟାଣାର ୯୦ଟି ବିଧାନସଭା ଆସନ ଲାଗି ରାଜ୍ୟର ସମୁଦାୟ ୧କୋଟି ୮୩ ହଜାର ଭୋଟର ମତଦାନ କରିବେ ।

ସୋମବାର ସନ୍ଧ୍ୟାରେ ଭୋଟଗ୍ରହଣ ସମାପ୍ତ ହେଉଥିବା ବେଳେ ଆସନ୍ତା ଅକ୍ଟୋବର ୨୪ ତାରିଖରେ ଭୋଟଗଣତି ହେବା ସହିତ ନିର୍ବାଚନ ଫଳାଫଳ ଘୋଷିତ ହେବ ।

Leave A Reply

Your email address will not be published.