Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସହରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ବିଭୁତି ଭୂଷଣ ପ୍ରଧାନ ।

ପ୍ରାପ୍ତ ସୂଚନାନୁଯାୟୀ ଜଣେ ଠିକାଦାରଙ୍କ ଫାଇନାଲ ବିଲ୍ ପାସ୍ କରିବା ଲାଗି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଜଣକ ତାଙ୍କ ଠାରୁ ପାଖାପାଖି ୭ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ତେବେ ଏହି ସରକାରୀ ବାବୁ ଜଣକ ଉକ୍ତ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଟଙ୍କା ସହ ଗିରଫ କରିଥିବା ନେଇ ସୁତ୍ରରୁ ପ୍ରକାଶ।

ପରବର୍ତ୍ତୀ ସମୟରେ ଭିଜିଲାନ୍ସ ଟିମ୍ ତାଙ୍କର ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ପୈତୃକ ବାସଭବନରେ ମଧ୍ୟ ଚଢାଉ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.