Latest Odisha News

BREAKING NEWS

୨୦୧୯-୨୦ ଆର୍ଥୀକ ବର୍ଷରେ ୪୫,୫୦୦ କୋଟି ରାଜସ୍ୱ ସଂଗ୍ରହ ଓଡିଶାର ଲକ୍ଷ୍ୟ

ଭୁବନେଶ୍ୱର: ଓଡିଶା ସରକାର ୨୦୧୯-୨୦ ଆର୍ଥୀକ ବର୍ଷରେ ପ୍ରାୟ ୪୫,୫୦୦ କୋଟି ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ନରଞ୍ଜନ ପୁଜାରୀ ସୋମବାର ଦିନ ବିଧାନସଭାରେ କହିଛନ୍ତି ।

ଗୃହର ପ୍ରଶ୍ନକାଳ ସମୟରେ ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ୨୦୧୯ ମସିହା ଜୁନ୍ ମାସ ମଧ୍ୟରେ ପାଖାପାଖି ୬୯୪୩ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା । ଯେତେବେଳେକି ଟାକ୍ସ ବିହୀନ ରାଜସ୍ୱ ସଂଗ୍ରହ ୩୪୮୪ ଟଙ୍କା ରହିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୯-୨୦ ଆର୍ଥୀକ ବର୍ଷରେ ୪୫,୫୦୦ କୋଟି ରାଜସ୍ୱ ସଂଗ୍ରହ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.