Latest Odisha News

କଳାହାଣ୍ଡି: ପୁଣି ଜଣେ କଣ୍ଟ୍ରାକ୍ଟରଙ୍କୁ ହତ୍ୟା କଲେ ମାଓବାଦୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ସ୍ଥିତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ପୁଣି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତ କଣ୍ଟ୍ରାକ୍ଟରଙ୍କ ନାମ ଭୀମ ବୋରା ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁଯାୟୀ କିଛି ସଶସ୍ତ୍ର ମାଓବାଦୀ ଗତକାଲି ବିଳମ୍ବିତ ରାତିରେ ଡୁଗୁରିଗୁଡା ଗ୍ରାମରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ନିକଟରେ ଥିବା ଏକ ଶିବିରରେ ପ୍ରବେଶ କରି ମାଓବାଦୀମାନେ ଉକ୍ତ କଣ୍ଟ୍ରାକ୍ଟରଙ୍କୁ ଟାଣିଆଣି ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି ।

Leave A Reply

Your email address will not be published.