ସମ୍ବଲପୁର: ଏକ ହୋଟେଲ ଭିତରକୁ ଇଟା ବୋଝେଇ ଟ୍ରାକ୍ଟର ପଶିଯିବାରୁ ୨ ଜଣଙ୍କ ମୃତ୍ୟୁ । ସମ୍ବଲପୁର ଭାଲୁପାଲିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ନାବାଳକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାମୁତାବକ,ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ହୋଟେଲ ଭିତରକୁ ପଶିଯାଇଥିଲା। ଫଳରେ ଟ୍ରାକ୍ଟର ଡାଲାଟି ହୋଟେଲ ଭିତରେ ଓଲଟି ପଡିଥିଲା। ହୋଟେଲରେ କାମ କରୁଥିବା ୨ ଜଣଙ୍କ ଉପରେ ଟ୍ରାକ୍ଟର ମାଡିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।
ଏପଟେ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର୍ ହୋଇଯାଇଛି।