କେକ୍ରେ ତିଆରି ହୋଇଛି ବିବାହ ଡ଼୍ରେସ୍ । ଆଉ ଯେଉଁମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇଛନ୍ତି ସେମାନେ ଏହି କେକ୍କୁ କାଟି ଖାଉଛନ୍ତି । ମହିଳା ଜଣକ ଏପରି କରି ନିଜ ନାମକୁ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସାମିଲ କରିପାରିଛନ୍ତି ।
ସୁଇଜରଲାଣ୍ଡର ନତାଶା କୋଲିନ୍ କିମ୍ ଫେହଲି ଫେକାସ୍ । ତାଙ୍କର ଏକ କେକ୍ ସପ୍ ରହିଛି । ଦିନେ କେକ୍ରେ କିଛି ନୂଆ କରିବାକୁ ଚିନ୍ତା କଲେ ନତାଶା । ବିବାହ ଡ଼୍ରେସ କେକ୍ରେ ପ୍ରସ୍ତୁତ କରିବାକୁ ତାଙ୍କ ମୁଣ୍ଡକୁ ବୃଦ୍ଧି ଆସିଲା । ଏଥିଲାଗି ସେ ପ୍ରସ୍ତୁତିରେ ଲାଗି ପଡ଼ିଲେ । କିଛି ଦିନ ତଳେ ସ୍ୱିସ୍ ୱାର୍ଲଡ ୱେଡିଂ ମେଳାରେ ନତାଶା ଏହି ଡ଼୍ରେସ ତିଆରି କରିବାରେ ସକ୍ଷମ ହୋଇଥିଲେ । କେକ୍ର ଓଜନ ଥିଲା ୧୩୧.୧୫ କେଜି । କେକ୍ର ଉଚ୍ଚତା ୧.୫୭ ମିଟର ହୋଇଥିବା ବେଳେ ପରିଧି ୪.୧୫ ମିଟର ଏବଂ ବ୍ୟାସ ୧.୩୧୯ ମିଟର । ନତାଶା ଏହି କେକ୍ ତିଆରି ପାଇଁ ପାରମ୍ପରିକ ଜିନିଷର ବ୍ୟବହାର କରିଥିଲେ । କେକ୍ର ଉପର ଅଂଶ ଚିନିରେ ତିଆରି କରିଥିବାବେଳେ ସେହି କେକ୍ ଏକ ଆଲୁମିନିୟମ୍ ଫ୍ରେମ୍ ଉପରେ ପ୍ରସ୍ତୁତ କରିଥିଲେ । ତାହା ତଳେ କିଛି ଚକ ମଧ୍ୟ ଲାଗିଥିଲା, ଯେପରି ତା’ ମଧ୍ୟରେ ଏକ ମଡେଲ ରହିଲେ କେକ୍ ଡ୍ରେସ୍ଟି ସହଜରେ ଗତି କରିପାରିବ । ମେଳାକୁ ଆସୁଥିବା ସମସ୍ତ ଅତିଥିମାନଙ୍କୁ ସେ ସେହି କେକ୍ରୁ କିଛି କିଛି ଅଂଶ ଖାଇବାକୁ ଦେଉଥିଲେ । ସବୁଠୁ ବଡ଼ କଥା ହେଲା, ସେ ଏହି କେକ୍ ତିଆରି କରି ନିଜ ନାମକୁ ଗିନିଜ୍ ୱାଲର୍ଡ ରେକର୍ଡ଼ରେ ସାମିଲ କରିପାରିଛନ୍ତି ।
Comments are closed.