Latest Odisha News

BREAKING NEWS

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ଧର୍ମେନ୍ଦ୍ର, ଗୃହମନ୍ତ୍ରୀ ନିରବ କାହିଁକି ?

ଭୁବନେଶ୍ୱର: ରାଜନୀତିରେ ହିଂସାର ସ୍ଥାନ ନାହିଁ । କିନ୍ତୁ ଜାନୁଆରୀ ୨୯ ଘଟଣା ଓଡ଼ିଶାବାସୀଙ୍କୁ ହତବାକ୍ କରି ଦେଇଛି । ଜଣେ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ହତ୍ୟା କରିବା । ହତ୍ୟାର ସପ୍ତାହକ ପରେ ଡିଜିପି କହିବେ ଜଗନ୍ନାଥ ହିଁ ଭରସା । ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି କିଭଳି ଅଛି ତାର ସୂଚନା ଦେଉଛି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ମନ୍ତ୍ରୀ । ଓଡ଼ିଶାର ସବୁ ଲୋକଙ୍କ କୌଣସି ଦୁଃଖଦ ଘଟଣାରେ ସମବେଦନା ସ୍ୱାଭାବିକ । ନବ ଦାସଙ୍କ ମୃତ୍ୟୁରେ ସମବେଦନା ସମସ୍ତେ କଲେ, ମୁଖ୍ୟମନ୍ତ୍ରୀ ବି କଲେ । ନବ ଦାସ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଗୃହମନ୍ତ୍ରୀ ଭାବେ ନିରବ ରହିବା, ଡିଜିପି ଜଗନ୍ନାଥଙ୍କ ନାଁ ନେଇ ଖସିଯିବାର ବାତାବରଣ ତିଆରି କରୁଛନ୍ତି ।

ନବ ଦାସଙ୍କୁ ହତ୍ୟା ଘଟଣାର ଅନୁସନ୍ଧାନର ଗତି କଣ ? ଓଡ଼ିଶା ସରକାର ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଲେ । ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି କରିଥିବା ବେଳେ ତାଙ୍କର ଅଧିକାର କଣ ସେନେଇ ସ୍ପଷ୍ଟତା ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ଯାହାକି ବିଶ୍ୱନୀୟ ନୁହେଁ । ଏହା ପ୍ରମାଣିତ କରୁଛି ରାଜ୍ୟରେ ହିଂସାତ୍ମକ କାର୍ଯ୍ୟକଳାପ ବଢ଼ୁଛି ।

ନବ ଦାସଙ୍କୁ ହତ୍ୟା କେବଳ ଗୋଟିଏ ମାମଲା ନୁହେଁ ଦୁଇ ଦିନ ତଳେ ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆ ଆକ୍ରମଣ କଲେ । ସରକାର ମନ୍ତ୍ରୀ, ଆଇଏଏସ୍ ଅଫିସରଙ୍କୁ ସୁରକ୍ଷା ଦେଇ ପାରୁ ନାହାଁନ୍ତି । ରାଜ୍ୟବାସୀଙ୍କୁ କିଭଳି ସୁରକ୍ଷା ଦେବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତିଦିନ ଗାଁ ଗହଳିରେ ଘଟୁଥିବା ଅପରାଧ କଥା ବିଚାରକୁ ନେଲେ ବହି ଲେଖା ହୋଇଯିବ ।

ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡ଼େ ? କଣ ଚାହୁଁଛନ୍ତି ଶାସନ ବ୍ୟବସ୍ଥାରେ ଥିବା ବଡ଼ ପଣ୍ଡାମାନେ । ଏଠି ପ୍ରଶ୍ନ ଉଠୁଛି କିଏ ସରକାର ଚଳାଉଛି ? ପ୍ରତିଦିନ ଗୋଟିଏ ଗୋଟିଏ ନୂଆ ଭିଡିଓ ଆସୁଛି, ଯାହା ପ୍ରମାଣିତ କରୁଛି କିଏ କରୁଛି ଶାସନ । ମାହାଙ୍ଗା ଡବଲ ବର୍ଡରରୁ ନେଇ ନବ ଦାସଙ୍କ ହତ୍ୟା ଘଟଣା ସବୁକୁ ନେଇ ଧର୍ମେନ୍ଦ୍ର ରାଜ୍ୟର ଆଇନ୍ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.