Latest Odisha News

BREAKING NEWS

୭୦୦ବର୍ଷ ହେବ ଗାଁରେ ତିଆରି ହେଇନି ଦୁଇ ମହଲା କୋଠା

ପ୍ରତ୍ୟେକ ଗାଁରେ ନିଜସ୍ୱ କିଛି ଅଲଗା ବିଶ୍ୱାସ ଓ ପରମ୍ପରା ରହିଛି । ରାଜସ୍ଥାନରେ ଏକ ଗାଁ ରହିଛି ଯାହା ଏକ ନିଆରା ବିଶ୍ୱାସ ପାଇଁ ପ୍ରସିଦ୍ଧ । ଚାରୁ ଜିଲ୍ଲା ସର୍ଦ୍ଦାର ତହସିଲର ଉଦାର ଗାଁ । ଏହି ଗାଁରେ ଗତ ୭୦୦ ବର୍ଷ ଧରି  କେହି ଦୁଇ ମହଲା ବିଶିଷ୍ଟ ଘର ନିର୍ମାଣ କରିନାହାଁନ୍ତି । ଗାଁର ଲୋକମାନେ କୁହନ୍ତି, ଏହି ଗାଁ ଏକ ଅଭିଶାପିତ ଗାଁ ।

ବିଶ୍ୱାସ ରହିଛି ଯେ, ଏହି ଗାଁକୁ ବହୁବର୍ଷ ପୂର୍ବେ ଏକ ଅଭିଶାପ ମିଳିଥିଲା, ଯାହା ସବୁ ଗ୍ରାମବାସୀଙ୍କ ଜୀବନ ବଦଳାଇ ଦେଇଥିଲା । ଆଜକୁ ପ୍ରାୟ ୭୦୦ବର୍ଷ ପୂର୍ବେ ଭେମିୟା ନାମକ ଜଣେ ବ୍ୟକ୍ତି ଏହି ଗାଁରେ ରହୁଥିଲେ । ଦିନେ ସେ ଜାଣିବାକୁ ପାଇଲେ ଯେ ଚୋରମାନେ ଗୋରୁ ଚୋରାଇବାକୁ ଗାଁକୁ ଆସିଛନ୍ତି । ଏହା ଦେଖି ଭେମିୟା ସେମାନଙ୍କୁ ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ଥିଲେ । ଗଣ୍ଡଗୋଳ ଅଧିକ ବଢିବାରୁ ଭେମିୟା ତାଙ୍କ ଶାଶୂଘରର ଦ୍ୱିତୀୟ ମହଲାରେ ଲୁଚି ରହିଥିଲେ । ହେଲେ ଚୋରମାନେ ତାଙ୍କୁ ଖୋଜି ଗଳାକାଟି ହତ୍ୟା କରିବା ସହ ତାଙ୍କ ଶାଶୂଙ୍କୁ ମଧ୍ୟ ମାଡ଼ ମାରିଥିଲେ ।

ପରେ ଭେମିଆଙ୍କ ପତ୍ନୀ ଏହା ଜାଣିବା ପରେ ସେ ରାଗିଯାଇ ଗ୍ରାମବାସୀଙ୍କୁ ଅଭିଶାପ ଦେଇଥିଲେ । ଯଦି ଏହି ଗାଁର କୌଣସି ବ୍ୟକ୍ତି ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ଘର ନିର୍ମାଣ କରନ୍ତି ତେବେ ତାଙ୍କ ପରିବାର ନଷ୍ଟ ହୋଇଯିବ। ଏହା ପରେ ସେଠାରେ ଭେମିଆଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା । ସେବେଠୁ ନେଇ ଆଜି ପର୍ଯ୍ୟନ୍ତ କେହି ଗାଁରେ କେହି ଦୁଇ ମହଲା କୋଠା ନିର୍ମାଣ କରିନାହାଁନ୍ତି ।

Leave A Reply

Your email address will not be published.