Latest Odisha News

BREAKING NEWS

ଦିଲ୍ଲୀ ମଦ ଦୁର୍ନୀତି: ଇଡି ଆସିଷ୍ଟାଂଟ ଡାଇରେକ୍ଟର ପୱନ ଖତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲା ଆଜି ନାଟକୀୟ ମୋଡ ନେଇଛି । ସିବିଆଇ ଇଡିର ଆସିଷ୍ଟାଂଟ ଡାଇରେକ୍ଟର ପୱନ ଖତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । । ମଦ ବ୍ୟାପାରୀ ଅମନଦୀପ ଢ଼ଲଙ୍କ ନିକଟରୁ ସେ ୫ କୋଟି ଟଙ୍କା ଲଂଚ ନେଇଥିବା ଅଭିଯୋଗରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏୟାର ଇଣ୍ଡିଆର ସହାୟକ ମହାପ୍ରବନ୍ଧକ ଦୀପକ ସାଙ୍ଗୱାନ, କ୍ଲେରିଜେସ ହୋଟେଲ୍ସ ଆଣ୍ଡ ରିସୋର୍ଟ୍ସର ସିଇଓ ବିକ୍ରମାଦିତ୍ୟ, ଚାର୍ଟାଡ ଆକାଂଉଟ ପ୍ରବୀଣ କୁମାର ବତ୍ସ ଓ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଇଡିର ଅଭିଯୋଗ କ୍ରମେ ସିବିଆଇ ଏହାର ତଦନ୍ତ କରିଥିଲା ।

ଅମନଦୀପ ଓ ତାଙ୍କ ପିତା ବୀରେନ୍ଦ୍ର ପାଲ ସିଂ ଇଡି ଯାଂଚରେ ସହଯୋଗ କରିବା ପାଇଁ ୫ କୋଟି ଟଙ୍କା ଚାର୍ଟଡ ଆକାଂଉଟ ପ୍ରବୀଣ ବତ୍ସଙ୍କୁ ଦେଇଥିଲେ । ଅଭିଯୁକ୍ତକାରୀଙ୍କ ତାଲିକାରୁ ଢ଼ଲଙ୍କ ନାମ ହଟେଇବା ପାଇଁ ୨୦୨୨ରେ ବସନ୍ତ ବିହାର ଆଇଟିସି ହୋଟେଲ ପଛରେ ଏକ ପାର୍କିଂ ସ୍ଥଳ ନିକଟରେ ସାଙ୍ଗୱାନ ଓ ଖତ୍ରୀଙ୍କୁ ୫୦ ଲକ୍ଷ ଟଙ୍କାର ଅଗ୍ରୀମ ପ୍ରଦାନ କରିଥିଲେ । ଉପରୋକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.