ଡେରାଡୁନ: ଚାଲିଥିଲା ବାହାଘର ପ୍ରସ୍ତୁତି । ଉଭୟ ବର ଓ କନ୍ୟା ଘର କିଣା କିଣିରେ ବ୍ୟସ୍ତ ଥାଆନ୍ତି । କନ୍ୟା ପାଇଁ ଲେହେଙ୍ଗା ଓ ବର ପାଇଁ ଶେରଓ୍ୱାନୀ କିଣା ହେଲା । କିନ୍ତୁ ବର କିଣି ଥିବା ଲେହେଙ୍ଗା କନ୍ୟାକୁ ପସନ୍ଦ ଆସିନଥିଲା । ବାସ, ଏତିକିରେ ବାହାଘର ଭାଙ୍ଗି ଦେଲେ କନ୍ୟା । ଘଟଣା ଘଟିଛି ଉତ୍ତରାଖଣ୍ଡରେ ।
ଉତ୍ତରାଖଣ୍ଡର ହଲଦଓ୍ୱାନୀ ଅଞ୍ଚଳର କନ୍ୟା ପାଇଁ ବର ଆଣିଥିଲେ ୧୦ ହଜାର ଟଙ୍କାର ଲେହେଙ୍ଗା । କିନ୍ତୁ କନ୍ୟାକୁ ପସନ୍ଦ ଆସିନଥିଲା ଲେହେଙ୍ଗା । ଏହି କାରଣରୁ ବାହାଘର ଭାଙ୍ଗି ଦେଲେ କନ୍ୟା । ପରେ ମାମଲାଟି ହଲଦଓ୍ୱାନୀ ଥାନା ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଉଭୟ ପକ୍ଷର ଲୋକେ ଉପସ୍ଥିତ ଥିଲେ । ଯୁକ୍ତତର୍କ, ଗଣ୍ଡଗୋଳ ବଢିଥିଲା ।
ଶେଷରେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପାରସ୍ପରିକ ବୁଝାମଣା ପରେ ବାହାଘର ଭାଙ୍ଗି ଦେବାପାଇଁ ନିଷ୍ପତ୍ତି ନେଇଥିଲେ ଦୁଇ ପକ୍ଷ । ଶେଷରେ ବରପକ୍ଷ ବରଯାତ୍ରୀଙ୍କୁ ନେଇ ଘରକୁ ଫେରି ଆସିଥିଲେ ।
କନ୍ୟା ନୈନିତାଲର ବାସିନ୍ଦା ହୋଇଥିବା ବେଳେ ବର ଅଲମୋରାର ବାସିନ୍ଦା ଅଟନ୍ତି ।
Comments are closed.