Latest Odisha News

BREAKING NEWS

ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

କାମାକ୍ଷାନଗର: ବିବାହର ପ୍ରତିଶୃୁତି ଦେଇ ଅଧା ବାଟରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ । ଶଙ୍ଖା ସିନ୍ଦୂର ଧରି ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଲା ପ୍ରେମିକା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡାହାଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । ଦୀର୍ଘ ୧୪ ବର୍ଷ ଧରି ଶ୍ରୀବତ୍ସ ଗୁରୁ ପ୍ରେମିକା ମିତା ସିଂହକୁ ଭଲପାଇ ଆସୁଥିଲେ । ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲିଥିଲା । ହେଲେ ୨୦୨୧ରେ ପରିବାର ଲୋକେ ପ୍ରେମିକା ମିତାର ବିବାହ ଅନ୍ୟତ୍ର କରାଇଦେଇଥିଲେ ।

ବିବାହର କିଛି ମାସ ମିତା ଏବଂ ତାଙ୍କ ସ୍ବାମୀ ମଧ୍ୟରେ ଭଲ ସମ୍ପର୍କ ରହିଥିଲା । ତେବେ ମିତାଙ୍କ କହିବା ଅନୁଯାୟୀ ତାଙ୍କ ପୂର୍ବ ପ୍ରେମିକ ଶ୍ରୀବତ୍ସଙ୍କ ପ୍ରରୋଚନାରେ ଆସି ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ି ଦେଇଥିଲେ । ପରେ ପ୍ରେମିକ ଶ୍ରୀବତ୍ସଙ୍କ ସହ ଚେନ୍ନାଇ ପରେ ମହାରାଷ୍ଟ୍ର ପଳାଇଯାଇଥିଲେ । ମହାରାଷ୍ଟ୍ରର ଏକ ଚକୋଲେଟ କମ୍ପାନିରେ ଉଭୟ କାମ କରିଥିଲେ । ଏପରିକି ପରସ୍ପର ଲିଭ୍ ଇନ୍ ରେ ରହୁଥିଲେ ।

ତେବେ ଏକାଠି ରହୁଥିବାରୁ ଶ୍ରୀବତ୍ସ ତାଙ୍କ ପ୍ରେମିକା ମିତାଙ୍କୁ ଓଡ଼ିଶା ଗଲେ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ମହାରାଷ୍ଟ୍ରରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀବତ୍ସ ଚକମା ଦେଇ ମିତାକୁ ଛାଡି କେଉଁ ଆଡେ ପଳେଇ ଯାଇଥିଲେ । ଏନେଇ ନ୍ୟାୟ ପାଇବା ପାଇଁ ମିତା ପ୍ରେମିକ ଶ୍ରୀବତ୍ସଙ୍କ ଘର ସାମ୍ନାରେ ଶଙ୍ଖା ସିନ୍ଦୂର ଧରି ଧାରଣାରେ ବସିଛନ୍ତି । ଏ ବାବଦରେ ଶ୍ରୀବତ୍ସଙ୍କ ବାପା ପଙ୍କଜ ଗୁରୁ କିଛି ଜାଣିନଥିବା କହିଛନ୍ତି ।ଏନେଇ ଶ୍ରୀବତ୍ସଙ୍କ ବାପା କହିଛନ୍ତି ଉଭୟେ ବିବାହ କରିବାକୁ ଚାହୁଁଥିଲେ ତେବେ ମତେ କାହିଁକି କହିଲେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.