Latest Odisha News

BREAKING NEWS

ଅଧଘଣ୍ଟାରେ ମିଳିଲା ହଜିଲା ଏୟାରପଡ଼୍; ଫେରାଇବା କୌଶଳ ଦେଖି ସମସ୍ତେ କଲେ ପ୍ରଶଂସା

ନୂଆଦିଲ୍ଲୀ: ଯେଉଁଠି ଆଲମିରା ଭିତରେ ଥିବା ଜିନିଷକୁ ବନ୍ଧୁକମୁନରେ ଲୁଟି ନେଉଛନ୍ତି ଦୁବୃର୍ତ୍ତ  ସେଠି ହଜିବା ଜିନିଷକୁ ଫେରି ପାଇବାର ଆଶା କିଏ ରଖିଥାଏ  ?   ଜିନିଷ ଥରେ ହଜିଲା ପରେ ତାହା ଫେରି ପାଇବା ସହଜ ନୁହେଁ । ହେଲେ ଦୁନିଆରେ ଏମିତି କିଛି ଭଲ ଲୋକ ଅଛନ୍ତି ଯିଏ ହଜିଯାଇଥିବା ଜିନିଷକୁ ଫରାଇ ଦେଇ ଥାନ୍ତି । ସେଥିପାଇଁ ସେମାନଙ୍କୁ ଯେତେ କଷ୍ଟ ପଡିଲେ ବି କରିଥାନ୍ତି ।

ବାଙ୍ଗାଲୁରୁ ଟେକ୍ନୋଲଜିରେ କେତେ ଉନ୍ନତ ସେ କଥା କହିବା ଆବଶ୍ୟକ ପଡେନି । ସେଥିପାଇଁ ବୋଧହୁଏ ଏହି ସହରରେ ଲୋକେ ସବୁ କାମରେ ଟେକନିକର ବ୍ୟବହାର କରନ୍ତି ।   ଏମିତି ଏକ ଘଟଣା ସୋସିଆଲ ମିିଡିଆରେ ଭାଇରାଲ ହୋଇଛି ।

ଶିଦୀକା ନାମ୍ନୀ ଜଣେ ମହିଳା ତାଙ୍କର ଟୁଇଟରରେ ଏକ ପୋଷ୍ଟ କରି କହିଛନ୍ତି, ସେ  ଏକ ଅଟୋରେ ଯାତ୍ରା କରିବା ସମୟରେ ତାଙ୍କର ଏୟାରପଡ ଅଟୋରେ ଭୁଲରେ ଛାଡ଼ି ଆସିଥିଲେ । ଅବଶ୍ୟ ହଜିବାର ଅଧଘଣ୍ଟା ପରେ ସେ ଏୟାରପଡ଼ ଫେରି ପାଇଥିଲେ । ତେବେ  ସଂପୃକ୍ତ ଅଟୋ ଡ୍ରାଇଭର ଏହାକୁ ଫେରାଇବା ପାଇଁ ଯେଉଁ ଟେକନିକ ବ୍ୟବହାର କରିଥିଲେ ତାହାକୁ ସେ ଖୁବ ପ୍ରଶଂସା କରିଛନ୍ତି ।  ସେ ଏୟାରପଡକୁ କନେକ୍ଟ କରି ମାଲିକଙ୍କ ପାଖକୁ ପହଞ୍ଚିବା ପାଇଁ ଫୋନପେ(Phonepe) ର ବ୍ୟବହାର କରିଥିଲେ ।

ଟ୍ୟୁଟରର ପୋଷ୍ଟରେ ଶିଦୀକା ଲେଖିଛନ୍ତିକି, “ଅଟୋରେ ଯାତ୍ରା କରିବା ସମୟରେ ମୋର ଏୟାରପଡ ହିଜି ଯାଇଥିଲା । ଅଧଘଣ୍ଟା ପରେ ଏହି ଅଟୋ ଡ୍ରାଇଭର ଯିଏକି ମତେ ମୋ କର୍ମସ୍ଥଳୀରେ ଛାଡି ଥଲେ ସେ ଆସି ଗେଟ ପାଖରେ ଥିବା ସୁରକ୍ଷାକର୍ମୀଙ୍କୁ ଏହା ଫେରାଇ ଦେଇଥିଲେ । ବୋଧହୁଏ, ମାଲିକଙ୍କ ନାଁ ଜାଣିବା ପାଇଁ  ସେ ଏୟାରପୋଡକୁ କନେକ୍ଟ କରିଥିଲେ ଏବଂ ମାଲିକଙ୍କ ପାଖରେ ପହଞ୍ଚିବା ପାଇଁ ସେ ଫୋନ ପେର ବ୍ୟବହାର କରିଥିଲେ । ଏ ନେଇ ଅଟୋ ଚାଳକଙ୍କୁ ୟୁଫରମାନେ ବହୁତ ପ୍ରସଂଶସା କରିଛନ୍ତି ।

Leave A Reply

Your email address will not be published.