Latest Odisha News

BREAKING NEWS

ପାର୍ଲର ନାଁ କହି ଫେରାର ହେଲା କନିଆ, ଶିଶୁପାଳ ହୋଇ ଫେରିଲା ବର

କାନପୁର: ବର ଥିଲା ବରଯାତ୍ରୀ ବି । ଧୁମଧାମ୍ ରେ ବାହାଘର ପାଇଁ ପ୍ରସ୍ତୁବି ବି ସରିଥିଲା । ବରଯାତ୍ରୀ ବାଣ ରୋଷଣୀ ସହ କନିଆ ଘର ସାମ୍ନାରେ ପହଞ୍ଚିଲେ । କନିଆ ଘର ମଧ୍ୟ ବର ସ୍ଵାଗତରେ ଲାଗି ପଡିଥିଲେ । କିନ୍ତୁ ଘଟିଲା ଏପରି ଘଟଣା ଶେଷରେ ଶିଶୁପାଳ ହୋଇ ଘରକୁ ଫେରିଲା ବର । କାରଣ ଘରେ ନଥିଲା କନିଆ । ବିୟୁଟି ପାର୍ଲର ଯିବା ବାହାନାରେ ନିଜ ପ୍ରେମିକ ସହ ଫେରାର ହୋଇଗଲା କନିଆ । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ ।

ସୂଚନା ଅନୁସାରେ, କନିଆ ଜଣଙ୍କ ନିଜ ସାଙ୍ଗମାନଙ୍କ ସହିତ ବିୟୁଟି ପାର୍ଲରକୁ ଯାଇଥିଲା । ସେଠାରେ ମେକଅପ୍ ହେବା ପରେ ଆଉ ଘରକୁ ଫେରିନଥିଲା କନିଆ । ନିଜ ସାଙ୍ଗ ମାନଙ୍କୁ ରାସ୍ତାରେ ଛାଡି ପ୍ରେମିକ ସହିତ ଫେରାର ହୋଇଯାଇଥିଲା ଝିଅ । ଏହା ଜାଣିବା ପରେ ଉଭୟ ପରିବାର ଲୋକ ଏବଂ ବରର ପାଦତଳୁ ମାଟି ଖସିଯାଇଥିଲା ।

ସୂଚନାଯୋଗ୍ୟ ଯେ, ଝିଅର ପରିବାର ୨୫ ବର୍ଷ ପୂର୍ବେ ଚୌବେପୁର ଗାଁ ଛାଡି ଲକ୍ଷ୍ନୌ ଚାଲିଆସିଥିଲେ । ଲକ୍ଷ୍ନୌରେ ଜଣେ ଯୁବକଙ୍କ ସହ ଝିଅର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଝିଅଟି ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଥିଲା ବେଳେ ପରିବାର ଲୋକ ଏହାକୁ ବିରୋଧ କରିଥିଲେ । ପରିବାର ଲୋକେ ଝିଅକୁ ନିଜ ଜାତିରେ ବିବାହ ଦେବାକୁ ଚାହୁଁଥିଲେ । ଏଥିପାଇଁ ଝିଅର ପରିବାର ପୁଣିଥରେ ଲକ୍ଷ୍ନୌ ଛାଡି ଚୌବେପୁର ଗାଁକୁ ଚାଲିଆସିଥିଲେ । ସେଠାରେ ଜଣେ ଯୁବକଙ୍କ ସହ ଝିଅର ବିବାହ ପ୍ରସ୍ତାବ ଠିକ୍ କରିଥିଲେ । ପରିବାର ଲୋକଙ୍କ ଅନେକ ବିରୋଧ ସତ୍ଵେ ଝିଅଟି ସବୁବେଳେ ତାର ପ୍ରେମିକ ସହ ଫୋନରେ କଥା ହେଉଥିଲା ।

ବର୍ତ୍ତମାନ ଝିଅର ବାପା ଏନେଇ ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି । ପୋଲିସ ବର୍ତ୍ତମାନ ଝିଅଟିକୁ ଖୋଜୁଛି। ସେପଟେ କିନ୍ତୁ ନିଜର ସମ୍ମାନ ହାନୀ ପାଇଁ ଥାନାରେ ଝିଅ ଘର ନାଁରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.