Latest Odisha News

BREAKING NEWS

ଆପଣଙ୍କ ସହ ଯାହା ହେଲା ତାହା ଆଉ କାହା ସହ ନହେଉ, କ୍ଷମା ମାଗିଲେ ଫେସବୁକ ନିର୍ମାତା

ନୂଆଦିଲ୍ଲୀ: ସମସ୍ତଙ୍କୁ କ୍ଷମା ମାଗିଲେ ମେଟା ସିଇଓ ଏବଂ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ । ଗତକାଲି ଚାଲିଥିବା ଅନଲାଇନ ଚାଇଲ୍ଡ ସେଫଟି ଶୁଣାଣି ସମୟରେ କିଛି ଅଡିଏନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ଖୁବ ଲଜ୍ଜିତ ଅନୁଭବ କରିଥିଲେ ମାର୍କ ଜୁକରବର୍ଗ ।

ତେବେ ସୋସିଆଲ୍ ମିଡିଆରେ ଦିନକୁ ଦିନ ପିଲାଙ୍କ ପ୍ରତି ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ମେଟା କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିଥିଲେ କିଛି ଅଭିଭାବକ । ଏହାର ଶୁଣାଣି ଗତକାଲି ଚାଲିଥିବା ବେଳେ ଅଭିଭାବକଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇନପାରି ଲଜ୍ଜା ଅନୁଭବ କରିବା ସହ କ୍ଷମା ମାଗିଥିଲେ ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ । ଶୁଣାଣି ବେଳେ ମାର୍କ ଜୁକରବର୍ଗ କହିଥିଲେ ଯେ, ମୁଁ ସେସବୁ କାରଣ ପାଇଁ ଆପଣଙ୍କୁ କ୍ଷମା ମାଗୁଛି । ଏହା ବହୁତ ଭୟଙ୍କର କଥା । ଯେଉଁ ପରିସ୍ଥିତି ଦେଇ ଆପଣ ମାନଙ୍କୁ ଗତି କରିବାକୁ ପଡିଛି ଏପରି ପରିସ୍ଥିତି ଦେଇ କେହି ଗତି ନକରନ୍ତୁ ।

ଆମେରିକା ସିନେଟରେ ଶୁଣାଣି ଚାଲିଥିବା ବେଳେ ଆଇନଜୀବୀମାନେ ମାର୍କ ଜୁକରବର୍ଗ ଏବଂ ଅନ୍ୟାନ୍ୟ ବଡ ବଡ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ‘Big Teck and the Online Child Sexual Exploitation Crisis’ ପ୍ରସଙ୍ଗରେ ପଚରାଉଚରା କରୁଥିଲେ । ଆଇନଜୀବୀମାନେ କେବଳ ମେଟାର ସିଇଓଙ୍କୁ ନୁହେଁ , ଟିକଟକ୍, ଡିସ୍କୋର୍ଟ, ଏକ୍ସ ଏବଂ ସ୍ନାପ୍ ର ସିଇଓ ମାନଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚାରିଛନ୍ତି । ଯେତେବେଳେ ଆଇନଜୀବୀମାନେ ଏହି କମ୍ପାନୀର ସିଇଓମାନଙ୍କୁ ପଚରାଉଚରା କରୁଥିଲେ, ସାଧାରଣ ଜନତା ସେମାନଙ୍କ ପିଲାମାନଙ୍କ ଫଟୋ ସହିତ ସେଠାରେ ଉପସ୍ଥିତ ଥିଲେ। ସେ ଏକ ନୀଳ ରଙ୍ଗର ରୀବନ ପିନ୍ଧିଥିଲେ ଯେଉଁଥିରେ ଲେଖାହୋଇଥିଲା ଯେ,  ‘STOP Online Harms! Pass KOSA’ । ଏଠାରେ KOSA ହେଉଛି କିଡ୍ସ ଅନ୍ଲାଇନ୍ ସୁରକ୍ଷା ଆଇନ, ଯାହା ଅଧୀନରେ ସୋସିଆଲ ମିଡିଆ କମ୍ପାନୀଗୁଡିକ ପିଲାମାନଙ୍କର ସୁରକ୍ଷା ପାଇଁ ବିଶେଷ ଯତ୍ନ ଦେବାକୁ ପଡିବ | ମାର୍କ ଜୁକରବର୍ଗ ଶୁଣାଣି ପାଇଁ ପହଞ୍ଚିବା ମାତ୍ରେ ତାଙ୍କୁ ଯାଞ୍ଚ ଏବଂ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ଫେସବୁକ ସମାଲୋଚନାର ସମ୍ମୁଖୀନ ହେବା ଏହା ପ୍ରଥମ ଘଟଣା ନୁହେଁ।

Leave A Reply

Your email address will not be published.