Latest Odisha News

ନେତାଜୀଙ୍କ ଅବଶେଷ ଭାରତ ଫେରାଇ ଆଣିବାକୁ ଅପିଲ୍ କଲେ ଝିଅ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥି ଜାପାନର ଟୋକିଓରୁ ଫେରାଇ ଆଣିବାକୁ ଝିଅ ଅନିତା ବୋଷ ଫାଫ୍ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଦଶନ୍ଧି ଧରି ଜାପାନର ରେଙ୍କୋଜି ମନ୍ଦିରରେ ତାଙ୍କର ଅବଶେଷ ରଖାଯାଇଛି।

ନେତାଜୀଙ୍କ ୧୨୮ତମ ଜନ୍ମବାର୍ଷିକୀର ପୂର୍ବ ସନ୍ଧ୍ୟାରେ ସେ ଏହି କରିଛନ୍ତି। ତେବେ ଜାନୁଆରୀ ୨୩ ତାରିଖକୁ ପରାକ୍ରମ ଦିବସ ଭାବରେ ମଧ୍ଯ ପାଳନ କରାଯାଏ।

ସେ ଆହୁରି ମଧ୍ଯ କହିଛନ୍ତି ଯେ, “ଦଶନ୍ଧି ଧରି, ଭାରତୀୟ ସରକାର ତାଙ୍କ ଅବଶେଷକୁ ଘରକୁ ଫେରାଇ ଆଣିବାକୁ ସଂକୋଚ କରିଥାନ୍ତି କିମ୍ବା ମନା କରୁଥିଲେ। ରେଙ୍କୋଜି ମନ୍ଦିରର ପୂଜାରୀ ଏବଂ ଜାପାନ ସରକାର ତାଙ୍କ ଅବଶେଷକୁ ଜନ୍ମଭୂମିକୁ ଫେରାଇବାକୁ ପ୍ରସ୍ତୁତ ଏବଂ ଆଗ୍ରହୀ ଥିଲେ।

ନେତାଜୀଙ୍କୁ ଆଉ ନିର୍ବାସନରେ ରଖନ୍ତୁ ନାହିଁ। ତାଙ୍କୁ ଘରକୁ ଫେରିବାକୁ ଦିଅ। ଆଜି ମଧ୍ୟ ଅନେକ ଦେଶବାସୀ ତାଙ୍କୁ ସମ୍ମାନ କରିବା ସହ ଭଲ ପାଆନ୍ତି ବୋଲି ଅନିତା ବୋଷ ଫାଫ୍ କହିଥିଲେ।

Comments are closed.