Latest Odisha News

BREAKING NEWS

ଦୁନିଆର ସବୁଠୁ ଛୋଟ ନଦୀ, ଯାହାର ଜଳ ଗ୍ରୀଷ୍ମରେ ଥଣ୍ଡା ଏବଂ ଶୀତରେ ଲାଗେ ଗରମ

ନୂଆଦିଲ୍ଲୀ: ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । ତେବେ ନଦୀକୁ ନେଇ ସାରା ବିଶ୍ୱରେ ଅନେକ ରହସ୍ୟ ରହିଛି । କେଉଁଠି ବେଳେ ବେଳେ ନଦୀର ପାଣି ରକ୍ତ ଭଳି ଦେଖାଯାଉଛି ତ କେଉଁଠି ଅନବରତ ଉତ୍ତପ୍ତ ପାଣି ବୋହୁଛି । ହେଲେ ଆଜି ଆମେ ଆପଣଙ୍କୁ ବିଶ୍ୱର ଏକ ଏଭଳି ନଦୀ ବାବଦରେ କହିବାକୁ ଯାଉଛୁ ଯାହାକୁ ଦୁନିଆର ସବୁଠାରୁ ଛୋଟ ନଦୀ ବୋଲି କୁହାଯାଏ ।

ବିଶ୍ୱରେ ଅନେକ ନଦୀ ଅଛି ଯାହା ଏତେ ବଡ଼ ଯେ ସେମାନଙ୍କର ଉତ୍ପତ୍ତିରୁ ଶେଷ ପର୍ଯ୍ୟନ୍ତ ପହଞ୍ଚିବାକୁ ଆପଣଙ୍କୁ ଅନେକ ଦିନ ଲାଗିବ । କିନ୍ତୁ ଏହି ନଦୀକୁ ପାର ହେବାକୁ ଆପଣଙ୍କୁ ଲାଗିବ ମାତ୍ର କେଇଟା ମିନିଟ୍ । ଏହି ନଦୀର ଦୈର୍ଘ୍ୟ ଏତେ କ୍ଷୁଦ୍ର ଯେ ଏହାକୁ ଦେଖିଲେ କେବେ ନଦୀ କହିବେନି। ଦୁନିଆର ସବୁଠାରୁ ଛୋଟ ନଦୀ ହେଉଛି ‘ରୋ ରିଭର’ । ଏହା ଆମେରିକାରେ ମୋଟାନା ରାଜ୍ୟରେ ପ୍ରବାହିତ ହେଉଛି । ଏହି ନଦୀ ନିକଟରେ ହିଁ ଆମେରିକାର ସବୁଠାରୁ ଲମ୍ବା ନଦୀ ମିସୋରି ପ୍ରବାହିତ ହେଉଛି । ୧୯୮୦ ଦଶକରେ ଲିଙ୍କନ୍ ସ୍କୁଲ୍ ପ୍ରାଥମିକ ଶିକ୍ଷକ ସୁଜାନ୍ ନାର୍ଡିଙ୍ଗର୍ ଏବଂ ତାଙ୍କର ପଞ୍ଚମ ଶ୍ରେଣୀର ଛାତ୍ରମାନେ ରୋ ନଦୀକୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ବିଶ୍ୱର ସବୁଠାରୁ ଛୋଟ ନଦୀ ଭାବରେ ସ୍ୱୀକୃତି ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ । ୧୯୮୯ ରୁ ୨୦୦୦ ପର୍ଯ୍ୟନ୍ତ ଏହି ନଦୀ ଏହି ମାନ୍ୟତା ପାଇଲା । ଏହା ପୂର୍ବରୁ ଆରିଗନର ‘ଡି ରିଭର’ ନଦୀକୁ ଛୋଟ ନଦୀର ମାନ୍ୟତା ମିଳିଥିଲା । ‘ଡି ରିଭର’ ଲମ୍ବ ମାତ୍ର ୪୪୦ ଫୁଟ ଥିଲା । କିନ୍ତୁ ‘ଡି ରିଭର’ର ରେକର୍ଡ ଭାଙ୍ଗି ସବୁଠାରୁ ଛୋଟ ନଦୀ ଭାବେ ପରିଣତ ହୋଇଥିଲା ‘ରୋ’ ନଦୀ । ଏହାର ୨୦୧ ଫୁଟ ଅର୍ଥାତ ପାଖାପାଖି ୬୧ ମିଟର ।

ଏହି ନଦୀ ଦେଖିବାକୁ ଗଲେ ଏହା ଏକ ମଲ୍ କିମ୍ବା ୪/୫ଟି ଘରର ଓସାର ଭଳି। ରୋ’କୁ ଏକ ନଦୀ ଭାବରେ ବିବେଚନା କରିବାର ଏକ ପ୍ରମୁଖ କାରଣ ହେଉଛି ଏହାର ବଡ଼ ଆକାର, ପ୍ରଶସ୍ତ ସ୍ଥାନ ଏବଂ ଗଭୀରତା ରହିଛି। ‘ରୋ’ ନଦୀ ପ୍ରବାହିତ ହୋଇ ଶେଷରେ ମସୁରୀ ନଦୀରେ ମିଶି ଯାଇଥାଏ । ଲିଟିଲ ବେଲ୍ଟ ମାଉଣ୍ଟେନ ରେଞ୍ଜରୁ ଏହି ଛୋଟ ନଦୀର ପାଣି ଆସିଥାଏ ଏବଂ ଏହା ଅଣ୍ଡରଗ୍ରାଉଣ୍ଡ ସ୍ପି୍ରଙ୍ଗରୁ ପ୍ରସ୍ତୁତ ହୋଇଥାଏ ।ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହାର ଜଳ ଗ୍ରୀଷ୍ମରେ ଥଣ୍ଡା ଏବଂ ଥଣ୍ଡା ଦିନରେ ଗରମ ଲାଗିଥାଏ।

Comments are closed.