Latest Odisha News

କେଉଁ ଦିନ ଘରକୁ ଗ୍ୟାସ ଚୁଲା ଆଣିଲେ ବଢ଼େ ସୁଖସମୃଦ୍ଧି, ଜଣନ୍ତୁ କ’ଣ କହୁଛନ୍ତି ବାସ୍ତୁ ଶାସ୍ତ୍ରବିତ୍…

ଆମ ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ର ଅନେକ ମହତ୍ତ୍ୱ ରଖିଥାଏ । ବାସ୍ତୁ ଅନୁଯାୟୀ ସମସ୍ତ ନିୟମ ପାଳନ କରିବା ଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ ଆମକୁ ସଫଳତା ମିଳିଥାଏ । ଏତଦବ୍ୟତୀତ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଅନେକ ସକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ ବୋଲି ଧରାଯାଏ । ତେବେ ଜିନିଷ କିଣିବା ପୂର୍ବରୁ ମଧ୍ୟ କିଛି ବାସ୍ତୁ ନିୟମର ପାଳନ କରାଯାଏ। ତେବେ ଘରେ ବ୍ୟବହାର କରାଯାଉଥିବା ଗ୍ୟାସ ଚୁଲାକୁ କେଉଁଦିନ କିଣିଲେ ଶୁଭ ଫଳ ମିଳିଥାଏ ? ଜାଣନ୍ତୁ କ’ଣ କହୁଛନ୍ତି ବାସ୍ତୁ ଶାସ୍ତ୍ରବିତ୍ । …

ବାସ୍ତୁ ଶାସ୍ତ୍ରୀଙ୍କ କହିବା ଅନୁଯାୟୀ, ଗୁରୁବାର ଦିନ ଗ୍ୟାସ ଚୁଲ୍ଲା କିଣିବା ଅତ୍ୟନ୍ତ ଶୁଭଙ୍କର। ଏହି ଦିନ ଗ୍ୟାସ ଚୁଲ୍ଲା କିଣିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧିର ଆଗମନ ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। ସେହିପରି ବୁଧବାର ଓ ଶନିବାର ଦିନ ଗ୍ୟାସ ଚୁଲ୍ଲା କିଣିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହେବା ସହ ପରିବାରରେ କଳହ ସ୍ଥିତି ଦେଖାଦିଏ।

କେଉଁ ଦିଗରେ ରଖିବେ ଗ୍ୟାସ ଚୁଲା :

ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରର ଆଗ୍ନେୟ କୋଣରେ ଗ୍ୟାସ ଚୁଲ୍ଲା ରଖିବା ଅତ୍ୟନ୍ତ ଶୁଭଙ୍କର। ଦକ୍ଷିଣ-ପୂର୍ବ ଦିଗ ଏବଂ ଉତ୍ତର-ପଶ୍ଚିମ ଦିଗରେ ମଧ୍ୟ ଗ୍ୟାସ ଚୁଲ୍ଲା ରଖିପାରିବେ। ମାତ୍ର ଦକ୍ଷିଣ-ପଶ୍ଚିମ ଦିଗରେ ଗ୍ୟାସ ଚୁଲ୍ଲା ରଖନ୍ତୁ ନାହିଁ। ପଶ୍ଚିମ ଦିଗରେ ଗ୍ୟାସ ଚୁଲ୍ଲା ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।

Comments are closed.