Latest Odisha News

BREAKING NEWS

ଗୁଜରାଟ ଦଙ୍ଗା କେସ: ତିସ୍ତା ଶିତଲବାଦଙ୍କ ଜାମିନ ଆବେଦନ ଖାରଜ; ତୁରନ୍ତ ଆତ୍ମସମର୍ପଣ ପାଇଁ କହିଲେ କୋର୍ଟ

ଗାନ୍ଧୀନଗର: ଗୁଜୁରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୬୩ ଜଣଙ୍କୁ ସମ୍ପୃକ୍ତ କରିବା ଏବଂ ୨୦୦୨ ଦଙ୍ଗା ସହ ଜଡିତ ପ୍ରମାଣ ତିଆରି ଅଭିଯୋଗରେ ହାଇକୋର୍ଟ ତିସ୍ତା ଶିତଲବାଦଙ୍କ ଜାମିନ ଆବେଦନକୁ ଖାରଜ  କରି ଦେଇଛନ୍ତି  । ସେତିକି ନୁହେଁ, ତିସ୍ତା ଶିତଲବାଦଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଛନ୍ତି କୋର୍ଟ ।

ଶିତଲବାଦଙ୍କ ଓକିଲ  ୩୦ ଦିନ  ପାଇଁ କୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବା ପାଇଁ ନିବେଦନ କରିଥିଲେ ।  ହେଲେ ହାଇକୋର୍ଟ ବିଚାରପତି ଏହାକୁ ଖାରଜ କରି ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ କହିଛନ୍ତି ।

ହାଇକୋର୍ଟ  ୩୦ ଦିନ ସମୟ ଦେଇଥିଲେ ସେ  ସୁପ୍ରିମକୋର୍ଟରେ ଏହାକୁ ଚାଲେଞ୍ଜ କରିଥାନ୍ତ । ଏଠି କହିରଖିବୁ, ତିସ୍ତା  ଏକ ବର୍ଷ ପାଇଁ ସୁପ୍ରିମ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଆସିଛନ୍ତି ।

ସୂଚନାଥାଉ କି, ତିସ୍ତା ଓ ଅନ୍ୟତମ ସହ ଅଭିଯୁକ୍ତ ପୂର୍ବତନ ଡିଜିପି ଆର ବି ଶ୍ରୀକୁମାରଙ୍କୁ ଗୁଜରାଟ ପୋଲିସ ଗତବର୍ଷ ଜୁନ ୨୫ରେ ଗିରଫ କରିଥିଲା । ତେବେ ଗତବର୍ଷ ସେପ୍ଟେମ୍ବରରେ ଶିତଳବାଦ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ଆଣିଥିଲେ । ହେଲେ ନିୟମିତ ଜାନିମ ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିବାକୁ କୋର୍ଟ କହିଥିଲେ ।

ସୂଚନାଥାଉ କି, ସିତଲବାଦ, ଶ୍ରୀକୁମାର ଓ ପୂର୍ବତନ ଆଇପିଏସ୍‌ ସଞ୍ଜୀବ ଭଟ୍ଟ ଗୁଜୁରାଟ ଦଙ୍ଗା ମାମଲାରେ ଷଡଯନ୍ତ୍ର କରି ନୀରିହ ଲୋକଙ୍କୁ ଫସାଉଥିବା ଅଭିଯୋଗ ହେଇଥିଲା । ଏହି ଦଙ୍ଗା ମାମଲାରେ ଏସଆଇଟି ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଉ କିଛି ଅଭିଯୁକ୍ତଙ୍କ କ୍ଲିନଚିଟ ଦେଇଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ହେଲେ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଖାରଜ କରିଥିଲେ । ସୁପ୍ରିମ କୋର୍ଟ ଖାରଜ କରିବାର ଦିନକ ପରେ ଏହି ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Leave A Reply

Your email address will not be published.