Latest Odisha News

BREAKING NEWS

ଦେଶରେ ୮୧ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୭୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାରେ ସଂକ୍ରମିତ ହେଲେଣି ପାଖାପାଖି ୮୨ ଲକ୍ଷ ଲୋକ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ ହଜାର ୯୬୪ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୧ ଲକ୍ଷ ୮୪ ହଜାର ୮୩କୁ ବୃଦ୍ଧି ପାଇଛି ।
କରୋନା ମୃତ୍ୟୁହାର ୧.୪୯%
ଦେଶରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪୭୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୨ ହଜାର ୧୧୧ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ରହିଛି ୧.୪୯% ।

ଦେଶରେ ପ୍ରତିଦିନ ସଂକ୍ରମିତଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଦେଶରେ ଆରୋଗ୍ୟ ଲାଭ କଲେଣି ମୋଟ୍ ୭୪ ଲକ୍ଷ ୯୧ ହଜାର ୫୧୩ ଜଣ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫୮ ହଜାର ୬୮୪ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍ କେସ୍ ୫ ଲକ୍ଷ ୭୦ ହଜାର ୪୫୮କୁ ହ୍ରାସ ପାଇଛି ।

ଚିନ୍ତା ବଢ଼ାଇଲାଣି ଦିଲ୍ଲୀ
ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ପୁଣି ଥରେ ଚିନ୍ତା ବଢ଼ାଇଛି ରାଜଧାନୀ ଦିଲ୍ଲୀ । ଏଠାରେ କ୍ରମାଗତ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଦୈନିକ ୫ ହଜାରରୁ ଅଧିକ ପଜିଟିଭ୍ ବାହାରୁଛନ୍ତି । ସେହିପରି କରୋନାକୁ କାବୁ ପାଇଥିବା କେରଳରେ ବି ହଠାତ୍ ପଜିଟିଭ୍ କେସ୍ ବଢୁଛି ।

Leave A Reply

Your email address will not be published.