ଭୁବନେଶ୍ୱର: ବୁଧବାର ଲକ୍ଷ୍ମୀସାଗର ପୋଲିସ ବ୍ରାଉନ ସୁଗାର ଚାଲାଣ ମାମଲାରେ ଜଣକୁ ଗିରଫ କରିଛି। ଗତ ୨୦ ତାରିଖରେ ରୁଜୁ ବ୍ରାଉନ ସୁଗାର ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା ।
ଗିରଫ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅଜିତ ବେପାରୀ। ଅଭିଯୁକ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
ସୂଚନାଯୋଗ୍ୟ ଯେ, ବ୍ରାଉନ ସୁଗାର ବିକ୍ରି ମାମଲାରେ ଲକ୍ଷ୍ମୀସାଗର ଥାନା ପୋଲିସ ପୂର୍ବରୁ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଛନ୍ତି।
ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ମୋଟ ୨୫୪ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ମୋଟର ସାଇକେଲ, ୨ଟି ମୋବାଇଲ ଫୋନ ଏବଂ ୩୦୦ ଟଙ୍କା ଜବତ କରାଯାଇଥିଲା।
Comments are closed.