Latest Odisha News

ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ; ଶାଶୁ ଘରର ଚାରି ଜଣ ଗିରଫ

ଭଦ୍ରକ: ଭଦ୍ରକରେ ଯୌତୁକ ହତ୍ୟା ଅଭିଯୋଗ। ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଦାବି କରି ବୋହୂ ପ୍ରିୟଙ୍କା ଦଳେଇଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ।

ପ୍ରିୟଙ୍କାଙ୍କ ମାଙ୍କ କହିବା ଅନୁଯାୟୀ ବାହାଘର ୧ ଲକ୍ଷ ଟଙ୍କାରେ ଛିଡ଼ିଥିଲା । କିନ୍ତୁ ବିବାହର ୧୫ ଦିନ ପରେ ଶାଶୁ ଘର ଲୋକେ ଝିଅକୁ ଅତ୍ୟାଚାର କରିବା ଆରମ୍ଭ କରିଦେଲେ ।

ଏକ ଲକ୍ଷ ଟଙ୍କା ଚଳିବନି। ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଦାବି ଦୈନିକ ଅତ୍ୟାଚାର କରୁଥିଲେ ବୋଲି ପ୍ରିୟଙ୍କାଙ୍କ ମା ସଂଜୁଲତା କହନ୍ତି ।

ପରିବାର ଲୋକଙ୍କ ସୂଚନା ଅନୁସାରେ- ଗତ ଜୁନ ମାସ ୭ ତାରିଖରେ କୁଆଖିଆ ଥାନା ଅଧୀନସ୍ଥ ବରଜଙ୍ଗ ପ୍ରିୟଙ୍କା ଦଳେଇଙ୍କ ସହ ଭଦ୍ରକ ନଳାଙ୍ଗ ଗ୍ରାମର ଅସୀମ ସଂକେତ ନାୟକଙ୍କ ବିବାହ ହୋଇଥିଲା ।

ପୂର୍ବ ବୁଝାମଣା ମୁତାବକ ଏକ ଲକ୍ଷ ଟଙ୍କା ଯୌତୁକ ଏବଂ ଅନ୍ୟାନ୍ୟ ଆସବାବ ପତ୍ର ସହ ଦେଇ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା ।

ମଙ୍ଗଳବାର ସକାଳ ୯ଟା ସମୟରେ ଝିଅ ସହ ଫୋନରେ ଶେଷ କଥା ହୋଇଥିଲା ମା ସଂଜୁଲତା। ପର ଦିନ ୧୧ଟା ବେଳେ ପୁଣି ଫୋନ୍ କରିବାରୁ ଝିଅ ଫୋନ୍ ଉଠେଇନଥିଲା। ଏବଂ ପରେ ଜ୍ବାଇଁ ଫୋନ୍ କରି ମେଡ଼ିକାଲକୁ ଡାକିଥିଲେ ।

ଏହା ପରେ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଏତଲା ଦାଏର କରି ପୁଅ, ତାର ବାପା ମା ଏବଂ ଅନ୍ୟ ଜଣେ ପରିବାର ଲୋକଙ୍କ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।

Leave A Reply

Your email address will not be published.