Latest Odisha News

BREAKING NEWS

ରାଜଧାନୀରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ରାଜଧାନୀରେ ବ୍ରାଉନ ସୁଗାର ବିକ୍ରି ବଢିବାରେ ଲାଗିଛି । କଂଗ୍ରେସ ଭବନ ପଛ ଲେନ୍ ରେ ଦୁଇ ଜଣ ଯୁବକଙ୍କ ଠାରୁ ଜବତ ହୋଇଛି ୧୦ଗ୍ରାମ ବ୍ରାଉନ ସୁଗାର । ବିଶେଷ ସୂଚନା ଆଧାରରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ୟୁନିଟ୍-୨ସ୍ଥିତ କଂଗ୍ରେସ ଭବନ ପଛ ପଟେ ଅତର୍କିତ ଆକ୍ରମଣ କରିଥିଲେ ।

ପୋଲିସ ୨ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୦ ଗ୍ରାମ ବ୍ରାଉନ ସୁଗାର ସହିତ ୩ଟି ମୋବାଇଲ ଫୋନ, ବାଇକ୍ ଜବତ କରିଛି । ବ୍ରାଉନ ସୁଗାର ବିକ୍ରି କରିବାକୁ ନେଉଥିବା ଗିରଫ ବ୍ୟକ୍ତି ସ୍ୱୀକାର କରିଥିଲେ । ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.