Latest Odisha News

ଶ୍ରୀଲଙ୍କାକୁ ହରାଇ ଇଂଲଣ୍ଡ ସେମିରେ, ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ବିଦା

ମେଲବୋର୍ଣ୍ଣ: ଏଠାରେ ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଆଲେକ୍ସ ହେଲ୍ସ ଓ ବେନ ଷ୍ଟୋକ୍ସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଅପରପକ୍ଷରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏଥିସହ ଏହି ଦୌଡରୁ ବାଦ ପଡିଛି । ଶ୍ରୀଲଙ୍କା ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ ଅଷ୍ଟ୍ରେଲିଆ ସେମିକୁ ଉନ୍ନୀତ ହୋଇଥାନ୍ତା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ କରିଥିଲା । ପଥୁମ ନିଶଙ୍କା ୪୫ ବଲରେ ୬୭ ଓ ଭାନୁକା ରାଜପାକ୍ଷେ ୨୨ ରନର ଇନିଂସ ଖେଳିଥିଲେ । ମାର୍କ ଉଡ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

୧୪୨ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୧୯.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା । ହେଲ୍ସ ୩୦ ବଲରୁ ୪୭ ଏବଂ ଷ୍ଟୋକ୍ସ ୩୬ ବଲରୁ ଅପରାଜିତ ୪୨ ରନ କରି ଦଳକୁ ସହଜରେ ବିଜୟୀ କରାଇଥିଲେ । ଶ୍ରୀଲଙ୍କାର ହସରଙ୍ଗା ଓ ଧନଞ୍ଜୟ ଡି ସିଲଭା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.