Latest Odisha News

ଆସନ୍ତୁ ଜାଣିବା ସଲମାନଙ୍କୁ ଟାର୍ଗେଟ କରି କିଏ କହିଲେ ସାପ ତା କାମ ଠିକ କରିଥିଲା, ସାମ୍ନା ଲୋକର ବିଷ ଅଧିକ ଥିଲା

ମୁମ୍ବାଇ: ସଲମାନ ଖାଁଙ୍କୁ ସାପ କାମୁଡା ଖବର ବେଶ ଚର୍ଚ୍ଚା ସାଉଁଟିଛି । ପ୍ରଶଂସକମାନେ ଏଥିନେଇ ବ୍ୟସ୍ତ ହୋଇ ପଡିଥିବା ବେଳେ ନିନ୍ଦୁକମାନେ ମନେ ମନେ ଖୁସି ହୋଇଥିଲେ । ଏହା ମଧ୍ୟରେ ଆତ୍ମଘୋଷିତ ସମାଲୋଚକ କମାଲ ଆର ଖାଁ ସୋମବାର ଏ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ ଟୁଇଟ କରି ସଲମାନଙ୍କ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ସାପ ତା କାମ ଠିକ କରିଥିଲା । ହେଲେ ସାମ୍ନା ଲୋକର ବିଷ ଅଧିକ ଥିଲା । ପୂର୍ବରୁ ସେ ସଲମାନଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଫସିଥିଲେ । ପରେ କ୍ଷମା ମାଗି ଏହାକୁ ସୁଧାରିଥିଲେ ।

BjdElectrycity

ସୂଚନାଯୋଗ୍ୟ, ସଲମାନଙ୍କ ଫାର୍ମ ହାଉସରେ ଏକ ସାପ ପଶି ଆସିଥିଲା । ସେ ତାକୁ ବାଡିରେ ବାହାରକୁ ନେଉଥିବା ଏହା ତାଙ୍କୁ ଦଂଶନ କରିଥିଲା । ୬ ଘଂଟା ଡାକ୍ତରଖାନାରେ ରହିବା ପରେ ସେ ସୁସ୍ଥ ହୋଇଥିଲେ ।

Leave A Reply

Your email address will not be published.