ପୁରୀ: ପୁରୀରେ ବଢୁଛି ଧଳାଜହର କାରବାର। ପୁରୀ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ଧରପଗଡ ଅଭିଯାନ ଜାରି ରହିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ବୁଧବାର ରାତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ା ଅବକାରୀ ଥାନା ସବଇନସପେକ୍ଟର ବିନୋଦ ବାସ୍କେଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏକ ଦଳ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଟପିରିଙ୍ଗ ଗ୍ରାମରେ ଚଢ଼ାଉ କରିଥିଲା।
ଉକ୍ତ ଗ୍ରାମର ଗୁଣନିଧି ସାମନ୍ତରାୟଙ୍କ ଘରେ ଚଢ଼ାଉ ସମୟରେ ୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ସୂଚନା ମିଳିଛି। ଏହାସହ ଗୁଣନିଧିଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।
Comments are closed.