Latest Odisha News

BREAKING NEWS

ଭଦ୍ରକରୁ ଜବତ ହେଲା ୮୧ ଗ୍ରାମର ବ୍ରାଉନ ସୁଗାର

ଭଦ୍ରକ: ଭଦ୍ରକର ଚରମ୍ପା ଓଭର ବ୍ରିଜ୍ ନିକଟରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ପ୍ରାୟ ୮୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୨ ଜଣଙ୍କୁ ଗିରଫ କରାଯାଇଛି ।

BjdElectrycity

ଗିରଫ ଅଭିଯୁକ୍ତମାନେ ଦୋଳସାହି ଅଞ୍ଚଳର ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଭଦ୍ରକ ଅଞ୍ଚଳରେ ଦିନକୁ ଦିନ ଏହାର କାରବାର ବଢୁଥିବା ବେଳେ ଜବତ ହୋଇଥିବା ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୮ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ତେବେ ଏହି ଘଟଣାରେ ୨ ଜଣକୁ ଗିରଫ କରାଯିବା ସହ ସେମାନଙ୍କୁ ନିକଟରୁ ଗୋଟିଏ ବାଇକ ମଧ୍ୟ ଜବତ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.